ଏଭଳି ଏକ ଶାଳିଗ୍ରାମ ଶାଳା ନାମକ ଏକ ସାଇଡ ମାଧ୍ୟମରେ ଦେଶ ବିଦେଶରେ ଥିବା ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଅନଲାଇନରେ ପୂଜା ବିଧି କରିବା ପାଇଁ ଆଗ୍ରହ ସୃଷ୍ଟି କରାଯାଇ ସେମାନଙ୍କ ଠାରୁ ଅନଲାଇନରେ ଟଙ୍କା ଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି ।
କେବଳ ଏତିକି ନୁହଁ ତିନି ବିଗ୍ରହଙ୍କ ପୂଜା ପାଇଁ ୧୧ ହଜାର ୫୦୦ ଟଙ୍କା, ତିନିଜଣ ପୂଜକଙ୍କ ଦ୍ଵାରା ସିଦ୍ଧ ପୂଜା ଗୋଟିଏ ଦିନ କରିବାକୁ ୧୨ ହଜାର ଟଙ୍କା ବା ୧୫୯ ଡଲାର ଲାଗିବ ବୋଲି ଉଲ୍ଲେଖ କରାଯାଇଛି । ଏପରିକି ୭ ପୂଜକଙ୍କ ଦ୍ବାରା ତିନି ଦିନ କଲେ ୪୦ ହଜାର ବା ୫୨୬ ଡଲାର, ୧୧ଜଣ ବ୍ରାହ୍ମଣଙ୍କୁ ଭୋଜନ ୬ ହଜାର ଟଙ୍କା, ୨୧ ଜଣ ବ୍ରାହ୍ମଣଙ୍କୁ ଭୋଜନ ପାଇଁ ୧୧ ହଜାର ୫୦୦ ଟଙ୍କା ଦେବାକୁ ପଡିବ । ସେପଟେ ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତ ସିଧାସଳଖ କହିଛନ୍ତି ଏଭଳି କିଛି ପୂଜାବିଧି ଶ୍ରୀମନ୍ଦିରରେ ନାହିଁ ।
ଯେ କୌଣସି ଭକ୍ତ ସିଧା ଆସି ଶ୍ରୀଜଗନ୍ନାଥଙ୍କୁ ପୂଜା କରିପାରିବ । ୱେବସାଇଡ ମାଧ୍ୟମରେ କୌଣସି ଟଙ୍କା ଗ୍ରହଣ କରାଯାଇନଥାଏ । ସେପଟେ ଉତ୍ସବ ଆପ ଓ ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ କରିଥିବା ଅଭିଯୁକ୍ତକୁ ଯେଉଁ ନୋଟିସ ଦିଆଯାଇଥିଲା ୩ ତାରିଖରେ ଆସି ସିଂହଦ୍ଵାର ଥାନାରେ ହାଜର ହେବାପାଇଁ ସେମାନେ ମେଲ୍ ମାଧ୍ୟମରେ ଆଗାମୀ ୭ତାରିଖରେ ହାଜର ହେବା ପାଇଁ ସମୟ ନେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...