ଗତକାଲି ରାତିରେ ହଠାତ ଅକ୍ସିଜେନ ପାଇପ ଫାଟିବା ସହ ପ୍ରଚଣ୍ଡ ଶଦ୍ଦ ହେବାରୁ ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହାପରେ ଅକ୍ସିଜେନ ପ୍ଲାଂଟକୁ ବନ୍ଦ କରାଯିବା ସହ ରୋଗୀଙ୍କୁ ଅସ୍ତ୍ର ସ୍ଥାନାନ୍ତର କରାଯାଇଛି । ଗୁରୁତର ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ମାଧ୍ୟମରେ ଅକ୍ସିଜେନ ଦେବା ବ୍ୟବସ୍ଥା କରାଯାଇଥିଲା । ସ୍ଥିତି ସ୍ୱାଭାବିକ ନ ହେବା ଯାଏଁ ଓପନ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ପାଇପ ଲିକ ହେବା ଅଭିଯୋଗ ଦୀର୍ଘଦିନ ହେଲା ରହିଥିଲା।