ଏହି ସମସ୍ୟା ସମାଧାନ ହୋଇଥିବା ବେଳେ ଏବେ ଆଉ ଏକ ବିବାଦ ପୁଣି ଦେଖିବାକୁ ମିଳିଛି। ପ୍ରସ୍ତାବିତ ସ୍ମାରକୀ ଜମିରେ ରାସ୍ତା ସମ୍ପ୍ରସାରଣ ଲାଗି ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହି ଜମି ରାଜ୍ୟ ସରକାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ହସ୍ତାନ୍ତର କରିଛନ୍ତି। ତେବେ ଏହି ଜମି ଏବେ କେନ୍ଦ୍ର ଅଧୀନରେ ରହିଥିବା ବେଳେ କିଭଳି ଏଠାରେ ରାସ୍ତା ସମ୍ପ୍ରସାରଣ ଲାଗି ଅନୁମତି ଦିଆଯାଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ପ୍ରଶାସନିକ ବୁଝାମଣାର ଅଭାବ କିମ୍ବା ଜାଣିଶୁଣି ସ୍ମାରକୀ ନିର୍ମାଣରେ ବାଧା ସୃଷ୍ଟି ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ କଳିଙ୍ଗ ପାଇକ ସଂଗଠନ ଉଦବେଗ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ବି କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର