ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଥିବା ପାଇଖାନା ଟାଙ୍କିରୁ ମିଳିଲା ଦସ୍ତାବିଜ । ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଓ ପୋଲିସ ଟିମ ମିଶି କରିଥିଲେ ଅପରେସନ । ଝାରସୁଗୁଡ଼ା ତାଲପଟିଆସ୍ଥିତ ବିମାନ ବନ୍ଦର ଥାନାକୁ ଯାଇ ରାତିଅଧିଆ ତଦନ୍ତ କରିଥିଲେ ଖୋଦ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ତେବେ ପାଇଖାନା ଟାଙ୍କିରୁ ମିଳିଥିବା ଦସ୍ତାବିଜ କେତେ ସତ, କେତେ ମିଛ ତାକୁ ନେଇ ଉଠିଛି ପ୍ରଶ୍ନ । ମିଳିଥିବା ଦସ୍ତାବିଜ କାହାର ? ଗୋପାଳ ଲେଖିଛନ୍ତି ନା ଜବରଦସ୍ତି ଲେଖେଇ ଦିଆଯାଇଛି ? କଣ ରହିଛି ପାଇଖାନାରୁ ମିଳିଥିବା ଦସ୍ତାବିଜରେ ? ଯୋଜନାବଦ୍ଧ ଭାବେ ଭୂଆଁ ବୁଲାଇବାକୁ ଚେଷ୍ଟା କରୁନି ତ କ୍ରାଇମବ୍ରାଞ୍ଚ ? ସତ ସାମ୍ନାକୁ ଆସିବ ନା ଜାମୁକୋଳି ଗପ ଭଳି ଲେଖା ହେବ ସ୍କ୍ରିପ୍ଟ ?
ରାଜନୀତି ଖବର ଆହୁରି ପଢନ୍ତୁ ।