ତଦନ୍ତ କେବେ ଶେଷ ହେବ ଏନେଇ ବିଧାନସଭାରେ ବାଚସ୍ପତି ରୁଲିଂ ଦିଅନ୍ତୁ ଓ ସରକାର ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା । ଏହାସହିତ 5-T ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା । ପୂର୍ବରୁ 5-Tକୁ ଏକ ଚିନ୍ତାଧାରା ଏକ ବିଚାରଧାରା ବୋଲି କହିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଯଦି 5-T ଏକ ବିଚାର ଧାରା ତେବେ ତାହା ବିଚାର ଧାରାରେ ରହିବା ଉଚିତ କିନ୍ତୁ 5-T ରାଜ୍ୟର ସବୁ ବିଭାଗର ମାଲିକ କିପରି ହେଉଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି ।
ଏପରିକି ଲେଜିସଲେଟର , ଆଡମିନିଷ୍ଟ୍ରେଟର ଓ ଜୁଡିସିଆରୀ କିପରି 5-T ପାଖରେ ଉତ୍ତର ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି । 5-T ସବୁଠାରୁ ଉର୍ଦ୍ଧ୍ୱରେ କିମ୍ବା ଏହା କାହା ପାଖରେ ଉତ୍ତର ଦାୟୀ ସରକାର ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି ।
ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅମର ଶତପଥୀ । ଗୋଟେ ପ୍ରସଙ୍ଗକୁ ବାରମ୍ବାର ଆଲୋଚନା କରି ଗୃହର ସମୟ ନଷ୍ଟ ହେଉଛି । 5ଟି ହେଉଛି ମଡେଲ ଅଫ୍ ଗଭର୍ଣ୍ଣାନସ । ରାଜ୍ୟରେ ଶାସନ କେଉଁ ଭଳି ଚାଲିବ 5ଟି ତାହାର ମାର୍ଗ ଦର୍ଶନ କରୁଛି ।