କେନ୍ଦୁଝର ଜିଲ୍ଲାପାଳ ପ୍ରଶାସନ କାମଛାଡି ବେପାର କରିବାରେ ବ୍ୟସ୍ତ । ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନ ମଧ୍ୟ 2014 ରୁ 9 ବର୍ଷ ଧରି ଗୋଟିଏ ବିଭାଗ ଦାୟିତ୍ବରେ ଅଛନ୍ତି । ଖାଦ୍ୟ ଯୋଗାଣ ସଚିବ ବୀରବିକ୍ରମ ଯାଦବ 2017 ରୁ ଗୋଟେ ବିଭାଗରେ ଅଛନ୍ତି । ସେହିପରି ଜଣେ ଅଫିସର ଏକାଧିକ ପୋଷ୍ଟରେ ଅଛନ୍ତି। ପୂର୍ତ୍ତ ବିଭାଗ ସହ ଓ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ବରେ ଅଛନ୍ତି ବୀର ବିକ୍ରମ ଯାଦବ। ଅରୁଣ ବୋଥ୍ରା ଟ୍ରାନ୍ସପୋର୍ଟ କମିଶନର ଓ କ୍ରାଇମବ୍ରାଞ୍ଚ ଏଡ଼ିଜି ଅଛନ୍ତି । ଶୁଶୀଲ କୁମାର ଲୋହାନି ପଂଚାୟତିରାଜ ସଚିବ ଓ ସିଇଓ ବି ଅଛନ୍ତି । ଏଇଟା କଣ ମୋ ସରକାର। ଏଇଟା କଣ 5-T ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିବା ସହ ସରକାରଙ୍କ ବିବୃତି ଦାବି କରିଥିଲେ ।
ଜୟ ନାରାୟଣଙ୍କ ସହ ସ୍ବର ମିଶାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା । ନରସିଂହ ଅଭିଯୋଗ କରିଛନ୍ତି ଯେ ଜଣେ ସଚିବ ନଗର ଉନ୍ନୟନ ବିଭାଗ ରେ 9 ବର୍ଷ ରହିଲେଣି । ସେ କେବେ ବିଧାୟକମାନଙ୍କ ଫୋନ ଉଠାନ୍ତିନି। ସେ ଖୁବ୍ ଆରୋଗାଣ୍ଟ । ବୁକ ସରକୁଲାର 47 କୁ ମାନୁ ନାହାନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯିଏ ଶ୍ରୀମନ୍ଦିର ପ୍ରଶାସକ ରହିବେ ତାଙ୍କର ଅନ୍ୟ ଦାୟିତ୍ବ ରହିବନି । କିନ୍ତୁ ତାହା ବି ପାଳନ ହେଉନି । ଖଣି ତ ଅଛି ପଇସା ଅଛି । ତେଣୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ବଦଳି କରାଯାଉନି। କୋଇଡା ବିଡ଼ିଓ ତିନି ବର୍ଷ ହେଲା ଗୋଟିଏ ସ୍ଥାନରେ ରହିଛନ୍ତି । ଘରେ ଅଫିସ ଚଳାଉଛନ୍ତି । 20 ରୁ 22 ପ୍ରତିଶତ ପିସି କାରବାର ହେଉଛି ବୋଲି କହିଛନ୍ତି ନରସିଂହ । ସମାନ ପ୍ରସଙ୍ଗ ଉଠାଇଛନ୍ତି ସିପିଆଇଏମ୍ ବିଧାୟକ।
ବିରୋଧୀଙ୍କ ଅଭିଯୋଗରେ ଶାସକ ଦଳର ସଫେଇ ଯେଉଁମାନେ ଭଲ କାମ କରୁଛନ୍ତି ତାଙ୍କୁ ଅଧିକ ଦିନ ରଖାଯାଉଛି । ରାଜ୍ୟରେ ଅଫସିର ରାଜ୍ କୁ ନେଇ ଅଭିଯୋଗ ବହୁ ପୁରୁଣା । ଆଉ ଏହି ପୁରୁଣା ଘାଆକୁ ଉଖାରି ରାଜ୍ୟ ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ । ଯାହାକୁ ନେଇ ସରକାରୀ ଦଳ ଏବେ ବ୍ୟାକ୍ ଫୁଟରେ ।
ଆହୁରି ପଢନ୍ତୁ ଓଡିଶା ଖବର...