ପ୍ରମୋଦୀନିଙ୍କ ବିବାହ ଉତ୍ସବରେ ଯୋଗ ଦେଲେ ଅନ୍ୟ ଏସିଡ ପୀଡିତା ଅଂଶୁ ଏବଂ ଋତୁ
ବ୍ରହ୍ମପୁର: ଟୋଲ ଗେଟରେ 2ଗୁଣା ଫାଇନ ଆଦାୟକୁ ବିରୋଧ । ବରଯାତ୍ରୀ ଗାଡ଼ିରେ ଲାଗି ନଥିଲା ଫାସ ଟ୍ୟାଗ । ନିୟମ ଅନୁଯାୟୀ 2ଗୁଣା ଟୋଲ ଆଦାୟ କରିବାରୁ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ବରଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲଗେଟରେ 6ଟି ବରଯାତ୍ରୀ ଗାଡ଼ି ଯାଉଥିବା ବେଳେ ଫାସଟ୍ୟାଗ ନଥିବାରୁ 2ଗୁଣା ଟୋଲ ଟିକସ ଆଦାୟ କରିବାକୁ ଚାହିଁଥିଲେ କର୍ମଚାରୀ ।
ହେଲେ ଏହାକୁ ବିରୋଧ କରି ବସଯାତ୍ରୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଟୋଲଗେଟରେ ଗଣ୍ଡଗୋଳର ଏହି ଭିଡ଼ିଓ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।ଫେବ୍ରୁଆରୀ 15 ତାରିଖରୁ ଦେଶର ସମସ୍ତ ଟୋଲଗେଟରେ ଫାସ ଟ୍ୟାଗ ବାଧ୍ୟତାମୂଳକ ହୋଇଛି । ଗାଡ଼ିଗୁଡ଼ିକରେ ଫାସ ଟ୍ୟାଗ ନଥିଲେ 2ଗୁଣା ଟୋଲ ଆଦାୟ ନେଇ ନିୟମ କରାଯାଇଛି ।