ପ୍ରାଇସ, ପେଷ୍ଟିଜ ପେନସନ ଦାବି ସହ ବିଜୁଳି ଜୁଲମର ପ୍ରତିବାଦ । ପିଏମଜିରେ ଟାଟା ବିରୋଧରେ ପିଏମଜିରେ ପ୍ରତିବାଦ କଲା ବେଳେ ସରକାରଙ୍କୁ ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଂଗଠନ । ଅଭିଯୋଗ କରିଛି, ଟାଟା ହାତକୁ ବିଜୁଳି ବ୍ୟବସ୍ଥାକୁ ଟେକି ଦେଇ ସରକାର କୃଷକଙ୍କ ଉପରେ ଜୁଲମ କରୁଛିନ୍ତି । ଗୋଟିଏ ଫ୍ୟାନ ଓ ଗୋଟିଏ ବଲ ଜିଳିଲେ ବି ବିଲ ହେଉଛି 15 ହଜାର । ଦୁଇଟି ବ୍ୟାରିକେଟ ଡେଇଁ ବିଧାନସଭା ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କ ବାଟ ଓଗାଳିଥିଲା ପୋଲିସ ।
ଟାଟା ପାୱାରର ମନମୁଖୀ କାମ ତଥା ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ମେଳି ବାନ୍ଧିଛନ୍ତି ମୋରଡା ନହାଝାଲିଆ ଗାଁ ଲୋକେ । 300 ପରିବାର ରହୁଥିବା ଏହି ଗାଁରେ ମାସକରେ 15 ଦିନ ବିଜୁଳି ରହେନି । ବିଜୁଳି ଗଲେ ଚାନ୍ଦା ନ ଦେଲେ ଲାଇନ ମ୍ୟାନ ଆସନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ ।
ଟାଟା ପାଓ୍ବାର ବିରୋଧରେ ଏଭଳି ଅଭିଯୋଗ ନୁଆ ନୁହେଁ । ଟାଟାର ମନମାନି ବିରୋଧରେ ଏକାଠି ହୋଇ ରାଇଘରରେ ବିଭାଗର ଯନ୍ତ୍ରୀଙ୍କୁ ଘେରାଉ କରିଥିଲେ ଚାଷୀ । ଲୋ ଭୋଲଟେଜ ଯୋଗୁ ଜମି ଜଳସେଚନ ହୋଇ ପାରୁ ନଥିବାରୁ ଯନ୍ତ୍ରୀଙ୍କ ହାତ ଧରି ଟାଣି ଟାଣି ନେଇ ଉଜୁଡା ଜମି ଦେଖାଇଥିଲେ ଚାଷୀ । ସେହିପିରି ମିଛ ବିଲ ଆସୁଥିବା ପ୍ରତିବାଦରେ ସମ୍ବଲପୁରର ସହରର ସିନ୍ଦୁରପଙ୍କ, କୋଲପାଲି, ନକ୍ସାପାଲି ଲୋକେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...