ଏଥିସହ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡିଶାର ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା , କଟକ, ଯାଜପୁର, ଢେଙ୍କାନାଳ ଜଗତସିଂହପୁର , ଭଦ୍ରକ ପରି ୯ ଟି ଜିଲ୍ଲାକୁ ଆରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଳା ଗୁଡିକରେ ପ୍ରାୟ ୫୦-୬୦ ବେଗରେ ପବନ ବହିବା ସହ କାଳ ବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।ଏହି କାଳବୈଶାଖୀ ପ୍ରଭାବରେ ଆଜି ଓ ଆସନ୍ତାକାଲି ଯଦିଓ ତାପମାତ୍ରା ସାମାନ୍ୟ କମ ଅନୁଭୂତ ହେବା ପୁଣି ୨୧ ତାରିଖରୁ ପାରଦ ଉପରମୁହା ହେବ ଓ ଆଗମୀ ୫ ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ।