ପୂର୍ବରୁ କେବଳ ରାଗିଂ ନକରିବା ପାଇଁ ଛାତ୍ରଛାତ୍ରୀ ମାନେ ସତ୍ୟପାଠ କରୁଥିବା ବେଳେ ଏବେ ଅଭିଭାବକ ମାନେ ମଧ୍ୟ ସତ୍ୟପାଠ ଦାଖଲ କରିବେ । ରାଗିଂ ନେଇ କୌଣସି ଅଭିଯୋଗ ଆସିଲେ ଅଭିବାବକ ତୁରନ୍ତ ଥାନାରେ ଅଭିଯୋଗ କରିବେ । ଏଥିସହ ରାଗିଂ ରୋକିବା ନେଇ ପ୍ରତି ୩ ମାସରେ ଥରେ ପ୍ରଚାରପତ୍ର ବାଣ୍ଟିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ହେଲେ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ରାଗିଂ ନିରୋଧ କମିଟି ଶିକ୍ଷାନୁଷ୍ଠାନ ଗୁଡିକୁ ଯାଇ ଯାଞ୍ଚ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ସମସ୍ତ ବିଶ୍ଵବିଦ୍ୟାଳୟ କୁଳପତି ମାନଙ୍କୁ ନିର୍ଦ୍ଦେଶ ଦେବାସହ ଚିଠି ଦେଇଛନ୍ତି ।
ରାଜ୍ୟରେ କିଛିଦିନ ହେବ ରାଗିଂ ର ଭୟାବହତା ଲାଗି ରହିଛି । ଯଦିଓ ଆଗରୁ ବିଭିନ୍ନ ଶିକ୍ଷଅନୁଷ୍ଠାନରେ ରାଗିଂ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଥିଲା, ତଥାପି ଅନେକ ଶିକ୍ଷାନୁଷ୍ଠାନ ରେ ରାଗିଂ କରାଯାଉଥିଲା । ଏବେ କିଛିଦିନ ହେବ ରାଗିଂ ଯୋଗୁ ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଛି । ଯାହା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ରାଗିଂ ରୋକିବାକୁ ଏପରି ଗାଇଡଲାଇନ ଜାରି କରିଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।