୨୦୧୪ରେ ନିର୍ବାଚନ ସରିବା ପରେ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଥିଲି। ନିରଞ୍ଜନ ବାବୁଙ୍କ ଇସ୍ତଫା ଦେବା ନ ଦେବା ବିଷୟରେ ମୁଁ କହିପାରିବି ନାହିଁ। ସେ ବାରମ୍ବାର କହୁଛନ୍ତି ମୁଁ ଇସ୍ତଫା ଦେଉଛି କେହି ଗ୍ରହଣ କରୁନାହାନ୍ତି । ନିରଂଜନ ବାବୁ ତ ପରାଜୟ ପାଇଁ ସମସ୍ତଙ୍କୁ ଦାୟୀ କଲେ ତେବେ ସେ ନିଜେ କେମିତି ଦାୟୀ ହେଲେ ବୋଲି ଜୟଦେବ ପ୍ରଶ୍ନ କରିଛନ୍ତି।
ପିସିସି ସଭାପତିଙ୍କୁ ଜୟଦେବଙ୍କ ତେରଛା ବାଣ; କହିଲେ ସଂଗଠନ ଚଳଚଞ୍ଚଳ ଯିଏ କରିବାକୁ ଚାହିଁବ ସିଏ କରିବ

ଅର୍ଗସ ବ୍ୟୁରୋ: ପିସିସି ସଭାପତିଙ୍କୁ ଜୟଦେବଙ୍କ ତେରଛା ବାଣ। ସଂଗଠନ ଚଳଚଞ୍ଚଳ ଯିଏ କରିବାକୁ ଚାହିଁବ ସିଏ କରିବ। ଇଚ୍ଛାଶକ୍ତି ନଥିଲେ କରି ହେବନି ବୋଲି ସେ କହିଛନ୍ତି। ପଦବୀରେ ରହି ଦାୟିତ୍ଵ ନେବାକୁ ନେତା ନାରାଜ ହେଉଛନ୍ତି। ଲୋକଙ୍କ ଇଚ୍ଛା ଦଳକୁ ସଂଗଠିତ କରିବା ପାଇଁ ହେଲେ ନେତା ଲଗାମ ଛଡା ବୋଲି ସେ କହିଛନ୍ତି ।
Download Argus News App
