ଅନ୍ୟପଟେ ଓଟିଏମ ଜମିରେ ରାଜ୍ୟ ସରକାର ଟେକ୍ସଟାଇଲ ପାର୍କ ନିର୍ମାଣ କରିବେ ବୋଲି ଶିଳ୍ପ ସଚିବ ମେକ ଇନ୍ ଓଡ଼ିଶା କଂକ୍ଲେଭରେ ସୂଚନା ଦେଇଥିଲେ । ଯେଉଁଥିରେ ପ୍ରାୟ ୮୦ ସଂସ୍ଥା ନିଜର ୟୁନିଟ୍ ପ୍ରତିଷ୍ଠା କରିବେ । ଏଥିରେ ଅନେକଙ୍କୁ ରୋଜଗାର ମିଳିବ ବୋଲି ସରକାର ପୁଣି ଥରେ ସୁନେଲି ସ୍ବପ୍ନ ଦେଖେଇଛନ୍ତି । ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଓଟିଏମ ଜମିକୁ ନିଜ ଅକ୍ତିଆରକୁ ନେଇଥିବା ଯୋଗୁ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟଙ୍କୁ ଧନ୍ୟବାଦ ଜଣେଇଛନ୍ତି କଟକ ଚୌଦ୍ଵାର ବିଧାୟକ । ଓଟିଏମ ଜମିରେ ରାଜ୍ୟ ସରକାର ଟେକ୍ସଟାଇଲ ପାର୍କ ନିର୍ମାଣ କରି ବେରୋଜଗାର ଲୋକଙ୍କୁ ରୋଜଗାରକ୍ଷମ କରିବେ ତ ?