ସୂଚନାଯୋଗ୍ୟ, ସମ୍ପ୍ରତି ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ହେଉଥିବା ହାତୀ ମୃତ୍ୟୁ ବନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବାବେଳେ ନନ୍ଦନକାନନରେ ବୟସ୍କା ହାତୀ ପ୍ରେମାର ଅସୁସ୍ଥତା କର୍ତ୍ତୃପକ୍ଷକଙ୍କ ଚିନ୍ତା ବଢାଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଅନ୍ୟତମ ଆକର୍ଷଣ 58 ବର୍ଷୀୟା ବୃଦ୍ଧା ହାତୀ ପ୍ରେମାର ଆଗ ଦୁଇ ଗୋଡରେ ଘା’ ହୋଇଥିବା ଜଣାପଡିଛି । ନଖ ସଂକ୍ରମିତ ହୋଇଥିବାରୁ ଘା’ ରୁ ପୂଜ ବାହାରୁଛି ।
ସୂଚନାଯୋଗ୍ୟ, ପ୍ରେମାକୁ 1985ରେ ତାମିଲନାଡୁ ଇନ୍ଦାଲୁର ଅଭୟାରଣ୍ୟରୁ ନନ୍ଦନକାନନରୁ ଅଣାଯାଇଥିଲା । ସେତେବେଳେ ତାକୁ 21 ବର୍ଷ ବୟସ ହୋଇଥିଲା । ଏବେ ନନ୍ଦନକାନନରେ ବାସନ୍ତୀ(68), ପ୍ରେମା(58),ହୀରା(23) ଓ ମାମା(5)କୁ ମିଶାଇ ମୋଟ 4 ଟି ମାଈ ହାତୀ ଅଛନ୍ତି ।