COWIN ୱେବସାଇଟରେ ନିର୍ଦ୍ଧାରିତ ତଥ୍ୟ ଦେବା ପରେ ଧୀରେ ଧୀରେ ସ୍ଲଟ ବୁକିଂ ଦେଖାଇଲା। ଖାଲି ଥିବା ସ୍ଥାନ ବା ହଳଦିଆ ରଙ୍ଗର ବ୍ଲାଙ୍ଗ ସ୍ଥାନରେ କ୍ଲିକ କରିବା ପରେ ଟାଇମ୍ ଦେଖାଇଲା। ଲୋକ ଖୁସିରେ ଟାଇମ ସ୍ଲଟରେ କ୍ଲିକ କରିବା ପରେ କ୍ୟାପଚା କୋର୍ଡ ଟାଇପ୍ କରିବାକୁ ଅନଲାଇନ ନିର୍ଦ୍ଦେଶ ଆସିଲା। ଆଉ କ୍ୟାପଚା କୋଡ ଦେଇ କ୍ଲିକ କଲା ବେଳକୁ ଆଶାୟୀ ନିରାଶ।
ନାଲି ଅକ୍ଷରରେ ସ୍ପଷ୍ଟ ଦେଖାଇଲା ଯେ, ଏହି ସମୟ ପାଇଁ ଏହି କେନ୍ଦ୍ରର ସମସ୍ତ ବୁକିଂ ସରିଯାଇଛି। ଏପରିକି ପ୍ରଥମରୁ ଯେଉଁ କେନ୍ଦ୍ରରେ ଟିକା ସ୍ଲଟ ସରିଯାଇଛି ବୋଲି ଦେଖାଇଲା। ପରବର୍ତ୍ତି ସମୟରେ ଏହାକୁ ରିଫ୍ରେସ୍ କରିବା ପରେ ପୁଣି ଏଠାରେ ସ୍ଲଟ ଖାଲି ଥିବା ଦେଖାଉଥିଲା।
ଏଭଳି ଅବ୍ୟବସ୍ଥା ଭିତରେ କାଲି ବିଏମସି ଅଞ୍ଚଳରେ ସ୍ଲଟ ବୁକିଂ ସମସ୍ୟା ଦେଖା ଦେଇଥିଲା। ଲକ୍ଷାଧିକ ଲୋକ ଟିକା ନେବାକୁ ଅପେକ୍ଷା କରିଥିବା ବେଳେ ମାତ୍ର ୭୦ରୁ ୮୦ ହଜାର ଲୋକଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଥିଲେ ବି କିଏ ସୁଫଳ ପାଇଲା ତାକୁ ନେଇ ଏବେ ପ୍ରଶ୍ନବାଚୀ। ବିଏମସି ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ଟିକାକରଣ କ୍ଷେତ୍ରରେ ଅନଲାଇନ ବ୍ୟବସ୍ଥାରେ ସ୍ଵଚ୍ଛତା ଉପରେ ଉଠିଛି ପ୍ରଶ୍ନବାଚୀ।