କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ରୋଗୀଙ୍କୁ ଖୋଜିବା, ସାଧାରଣ ଲୋକଙ୍କର ବି କିଛି ଦାୟିତ୍ୱ ରହିବା ଦରକାର । ଲୋକାଲ ସ୍ତରରେ ଯିଏ ବି ସଂକ୍ରମିତ ହେଉଛନ୍ତି ସେମାନେ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ବି ଯୋଗାଯୋଗ କରନ୍ତୁ ବୋଲି କହିଛନ୍ତି ଡ଼ିଏମଇଟି ସିଭିକେ ମହାନ୍ତି ।
ସେହିପରି ରାଜ୍ୟର କୋଭିଡ ରୋଗୀଙ୍କ ପାଇଁ 9 ହଜାର 8 ବେଡ଼ ରହିଛି । ସମୁଦାୟ ରୋଗୀ ଅଛନ୍ତି 1576 । ବେଡ଼ ସଂଖ୍ୟାର 17.50 ପ୍ରତିଶତ ରୋଗୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲରେ 4640 ବେଡ଼ ଓ ସରକାରୀ ହସ୍ପିଟାଲରେ 4368 ବେଡ଼ ରହିଛି । ଯେତିକି ଆଇସିୟୁ ବେଡ଼ ରହିଛି ତାହାର 21.1 ପ୍ରତିଶତ ରୋଗୀ ରହିଛନ୍ତି । ରାଜ୍ୟରେ ସମୁଦାୟ ଭେଣ୍ଟିଲେଟର 782 ରହିଥିବା ବେଳେ ସେଥିରେ ରୋଗୀ 59 ରହିଛନ୍ତି ।