-ଚାକିରୀକୁ ନିୟମିତ କରିବା
-ମାସକୁ ୩୦ ହଜାର ଟଙ୍କା ଦରମା
-ମହିଳା କର୍ମଚାରୀଙ୍କୁ ମାତୃତ୍ବ ଛୁଟି
-ପିଲାଙ୍କ ଗ୍ରେଡ ହିସାବରେ ଚାକିରି ପ୍ରମୁଖ
-ଦୁଇ ଦିନ ହେଲା ଦିନ ରାତି ଧାରଣାରେ ବସିଛନ୍ତି ମହାଂସଘର ଶହ ଶହ ସଦସ୍ୟ। ହେଲେ ସରକାରଙ୍କ ତରଫରୁ ନା ସେମାନଙ୍କୁ କେହି ଭେଟିବାକୁ ଆସିଛନ୍ତି ନା ଆଲୋଚନାକୁ ଡାକିଛନ୍ତି ।
ଦେଖନ୍ତୁ ଭିଡିଓ :ହକ୍-ଅଧିକାର ପାଇଁ ରାଜଧାନୀରେ ହଲ୍ଲାବୋଲ୍ !
୨୦୨୧ ମସିହା ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଆଉଟସୋରସିଙ୍ଗ କର୍ମଚାରୀଙ୍କୁ ଡାକି ୨୫ ଶତକଡ଼ା ଦରମା ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨ ମାସର ସମୟ ବି ନେଇଥିଲେ। ହେଲେ କିଛି ହେଲା ନାହିଁ । ନଭେମ୍ବର ୨୬, ୨୦୨୨ ରେ ଗାନ୍ଧିମାର୍ଗରେ ପୁଣି ଏକ ବିଶାଳ ସମାବେଶ କରିଥିଲା ଆଉଟଶୋର୍ସିଂ ମହାସଂଘ। ସରକାର ଡକାଇ ଫେବ୍ରୁଆରୀ 2023 ଶେଷ ପର୍ଯ୍ୟନ୍ତ ସମୟ ମାଗିଥିଲେ । ହେଲେ ଠକିଦେଲେ। ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛି ମହାସଂଘ। ଗତ ଅକ୍ଟୋବର ମାସରେ ଠିକା ଉଚ୍ଛେଦ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।...(ଆମ୍ବିଆନସ) ହେଲେ ଆଟଉଟଶୋର୍ସିଂ କର୍ମଚାରୀଙ୍କ ଦୁଃଖ ବୁଝିଲେନି ସରକାର । ଆଉଟଶୋର୍ସିଂ ସଂଘର ଦୁଃଖ କେବେ ଶୁଣିବେ ସରକାର, କାହିଁକି ଆନ୍ଦୋଳନରତ କର୍ମଚାରୀଙ୍କୁ ଆଲୋଚନା ପାଇଁ ଡାକୁନାହାନ୍ତି ସରକାର, କେବେ ହେବେ ଏମାନଙ୍କ ଦାବି ପୂରଣ।