Headlines 6pm
ଅନୁଗୁଳ: ଅସୁରକ୍ଷିତ ଭାବେ ଓଭରବ୍ରିଜ ନିର୍ମାଣ ଚାଲିଛି । ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଦେଇଯାଇଥିବା 49 ନମ୍ବର ଜାତୀୟ ରାଜପଥର ଦୋହରୀକରଣ ପାଇଁ ଉଦିତନଗର ସାହି ଠାରେ ଓଭରବ୍ରିଜ କାମ ଚାଲିଛି।
ବିନା ବ୍ୟାରିକେଟ ଓ ବିନା ସିକ୍ୟୁରିଟିରେ ଓଭରବ୍ରିଜ କାମ ଚାଲିଛି। ରାସ୍ତାରେ ହଜାର ହଜାର ଗାଡ଼ିମୋଟର ଓ ଲୋକେ ଯାତାୟାତ କରୁଥିବା ବେଳେ ଉପରୁ ଖଣ୍ଡିଆ ଛଡ଼ ଓ ଓଲଡିଂ ବେଳେ ତରଳ ନିଆଁ ଖଣ୍ଡ ତଳେ ପଡୁଛି । ଗାଡି ମୋଟର ଉପରେ ପଡିବା ସହିତ ଚାଲି ଚାଲି ଯାଉଥିବା ଲୋକଙ୍କ ଉପରେ ମଧ୍ୟ ନିଆଁ ଖଣ୍ଡ ପଡୁଥିବା ଦେଖିବାକୁ ମିଳିଛି ।