କଣ୍ଟେନରଟି ଟାପlଯୋଡି ଠାରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଏହି ଗାଡିରେ ଗୋ-ଚାଲାଣ କରାଯାଉଥିବା ସୂଚନା ମିଳିଛି। ଗୋରୁ ଗାଇଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରୁ ଗାଡି ଚାଳକ ଚମ୍ପଟ ମାରିଛି। ପୋଲିସ ଘଟଣାର ତଦନ୍ତ କରୁଛି।
କୋରାପୁଟ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର। କୋରାପୁଟ ବୈପାରୀଗୁଡା ଥାନା ଅନ୍ତର୍ଗତ ରାଞ୍ଚି ବିଜୟୱାର୍ଡl 326 ନମ୍ବର ଜାତୀୟ ରାଜପଥ ଦେଇ ମାଲକାନଗିରି ଅଭିମୁଖେ ଯାଉଥିବା ଏକ କଣ୍ଟେନର ଭାରସାମ୍ୟ ହରାଇଥିଲା ଓଲଟିପଡିଛି l
କଣ୍ଟେନରଟି ଟାପlଯୋଡି ଠାରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଏହି ଗାଡିରେ ଗୋ-ଚାଲାଣ କରାଯାଉଥିବା ସୂଚନା ମିଳିଛି। ଗୋରୁ ଗାଇଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରୁ ଗାଡି ଚାଳକ ଚମ୍ପଟ ମାରିଛି। ପୋଲିସ ଘଟଣାର ତଦନ୍ତ କରୁଛି।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି