ଓଡିଶା ଖବର ଆହୁରି ପଢନ୍ତୁ
ପଦମପୁର ଉପନିର୍ବାଚନ; ଚାଲିଛି ମତଦାନ

ପଦମପୁର: ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ଭୋଟିଂ । ଦିନ 1 ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି । ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ଭୋଟ୍ । ଅଧିକରୁ ଅଧିକ ଭୋଟର ମତଦାନ ପାଇଁ ପ୍ରେସମିଟ୍ କରି ଅପିଲ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟ ପୋଲିସ ବ୍ୟତୀତ ୯ କମ୍ପାନୀ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ ସରିବା କ୍ଷଣି ପୋଲିଂ ପାର୍ଟିଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି । ମାଓପ୍ରବଣ ଅଞ୍ଚଳ ସହ ମୋଟ ୭୭ ଟି ସମ୍ବେଦନଶୀଳ ବୁଥ୍ ପାଇଁ ଆଜି ସକାଳୁ ପୋଲିଂ ବୁଥ୍କୁ ଯାଇଛନ୍ତି ପୋଲିଂ କର୍ମଚାରୀ ।
Download Argus News App
