ଧାମନଗରକୁ ଛାଡ଼ି ସମସ୍ତ ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତି ଆସିଥିବା ବିଜେଡି ପାଇଁ ଏହି ଉପନିର୍ବାଚନ କିନ୍ତୁ ଏସିଡ ଟେଷ୍ଟ ସାବ୍ୟସ୍ତ ହୋଇଛି । 60 ବିଧାୟକ, 15 ମନ୍ତ୍ରୀ ମାସେରୁ ଅଧିକ ସମୟ ପଦମପୁରରେ କ୍ୟାମ୍ଫ କରିଥିଲେ।ତେବେ ହାର ଜିତ ନୁହେଁ ବିଜୟ ବ୍ୟବଧାନ ବି ଦେବ ଭବିଷ୍ୟତ ରାଜନୀତିର ଇସାରା । ଉପନିର୍ବାଚନରେ ପଦମପୁରକୁ ଜିଲ୍ଲା ମାନ୍ୟତା, ଇନପୁଟ୍ ସବସିଡି, ଫସଲ ବୀମାରେ ଘୋଟାଲା, ସ୍ବାସ୍ଥ୍ୟ ଓ ଦାଦନ ସମସ୍ୟା ବଡ଼ ପ୍ରସଙ୍ଗ ହୋଇଥିଲା । ଏସବୁ ପ୍ରସଙ୍ଗରେ ଗ୍ରାଉଣ୍ଡରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ଭୋଟରେ ତାର କିପରି ପ୍ରତିଫଳନ ହୋଇଛି ତାହା ଜଣାପଡ଼ିବ ରେଜଲ୍ଟରୁ।
ସେପଟେ ଫଳାଫଳ ପୂର୍ବରୁ ନବୀନ ନିବାସରେ ବିଜେଡିର ବଡ ବୈଠକ । 50 ରୁ ଉର୍ଦ୍ଧ୍ବ ନେତାଙ୍କୁ ସୁପ୍ରିମୋଙ୍କ ଡକରା । ପଦମପୁର ଠୁ ନେଇ ରାଜ୍ୟ ବିଭିନ୍ନ ସ୍ଥାନରେ ପ୍ରତିଫଳିତ ହେଉଥିବା ଜନ ଅସନ୍ତୋଷର କାରଣ ନିରାକରଣ କୁ ନେଇ ଘମାଘୋଟ ମାନସ ମନ୍ଥନ । 15 ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ।ବିଜେଡି ପଦମପୁରରେ ବାଜିମାତ କରିବାର ଦମ୍ଭୋକ୍ତି ବାଢୁଥିବା ବେଳେ ବିଜେପି ବି ଜିତବାର ଦାବି କରୁଛି” । ହେଲେ କଂଗ୍ରେସ ଫଳାଫଳ ଆଗରୁ ପରାଜୟ ସ୍ବୀକାର କରି ସାରିଛି।
ଅନ୍ୟପଟେ ପଦମପୁର ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆଜିସକାଳ 8 ଟାରୁ ଗଣତି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ 296 ପୋଷ୍ଟାଲ ଵାଲାଟ ପେପେର ଭୋଟ ଗଣା ହେବ । ଏହା ପରେ 8.30 ରୁ ଇଭିଏମ କାଉଣ୍ଟିଙ୍ଗ ଆରମ୍ଭ ହେବ । ମୋଟ 23 ରାଉଣ୍ଡ ଗଣତି ହେବାକୁ ଥିବା ବେଳେ 14 ଟି କାଉଁଟିଙ୍ଗ ଟେବୁଲ ଏବଂ ଗୋଟେ ଆରଓ ରହିବେ । ପ୍ରତ୍ୟେକ କାଉଣ୍ଟିଙ୍ଗ ଟେବୁଲରେ 3 ଜଣ ଷ୍ଟାଫ ରହିବେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ପଦମପୁର ଫଳାପଳ ଉପରେ ରାଜ୍ୟବାସୀଙ୍କ ନଜର । କୁହାଯାଉଛି 24 ପୂର୍ବରୁ ପଦମପୁର ଫଳାଫଳ ବଡ ସଙ୍କେତ ଦେବ । ରାଜ୍ୟ ରାଜନୀତିର ଭାଗ୍ୟ ନିର୍ଦ୍ଧାରଣ କରିବ ପଦମପୁର ଫଳାଫଳ ।