୯ଟା ସୁଦ୍ଧା ୮.୫୦ ପ୍ରତିଶତ ମତଦାନ ହୋଇଥିଲା । ସବୁଠି ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଭୋଟିଂ । କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ଆସି ନାହିଁ । ଭୋଟର ମାନଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଛି । ୧୨ ଜଣ ଯୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ଟର ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ତନଖି କରୁଛନ୍ତି । ମକ୍ ପୋଲ୍ ସମୟର ୪ଟି ବୁଥ୍, ମତଦାନ ସମୟରେ ୪ଟା ବୁଥ୍ରେ ଇଭିଏମ ତ୍ରୁଟି ହୋଇଥିଲା । ବର୍ତ୍ତମାନ୍ ସୁଦ୍ଧା ୪ଟା ବ୍ୟାଲଟ ୟୁନିଟ, ୩ଟା କଣ୍ଟ୍ରୋଲ ୟୁନିଟ, ୮ ଟା ଭିଭିପାଟ ରିପ୍ଲେସ କରାଯାଇଛି । ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ଭୋଟ।
ରାଜନୀତି ଖବର ଆହୁରି ପଢନ୍ତୁ ।
ଅଧିକରୁ ଅଧିକ ମତଦାନ ପାଇଁ ଅପିଲ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଅର୍ଗସ ବ୍ୟୁରୋ: ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ଭୋଟିଂ । ମକ୍ ପୋଲ୍ ପରେ ମତଦାନ ଆରମ୍ଭ ହୋଇଛି । ଦିନ 11ଟା ସୁଦ୍ଧା 29.73% ମତଦାନ ହୋଇଛି । ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ଭୋଟ । ଅଧିକରୁ ଅଧିକ ଭୋଟର ମତଦାନ ପାଇଁ ପ୍ରେସମିଟ କରି ଅପିଲ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟ ପୋଲିସ ବ୍ୟତୀତ ୯ କମ୍ପାନୀ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ ସରିବା କ୍ଷଣି ପୋଲିଂ ପାର୍ଟିଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି । ମାଓପ୍ରବଣ ଅଞ୍ଚଳ ସହ ମୋଟ ୭୭ଟି ସମ୍ବେଦନଶୀଳ ବୁଥ୍ ପାଇଁ ଆଜି ସକାଳୁ ପୋଲିଂ ବୁଥ୍କୁ ଯାଇଛନ୍ତି ପୋଲିଂ କର୍ମଚାରୀ ।
Download Argus News App
