ପଦ୍ମପୁର ବ୍ଲକ ଦହିଗାଁ ପଞ୍ଚାୟତ ବ୍ରାହ୍ମଣଡିହି ଗାଁରେ ଗତକାଲି ବିଜେଡି କାର୍ଯ୍ୟକ୍ରମକୁ ଆସିଥିବା ଏକ ଟ୍ରାକ୍ଟର ଧକ୍କାରେ ଗାଁର ଯଦୁମଣି ଗୁରୁଙ୍କ ମୃତ୍ୟୁ ହୋଇଛି । ଆଜି ଶବ ବ୍ୟବଚ୍ଛେଦ ପରେ ଗାଁଲୋକେ ରାସ୍ତା ଉପରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି । ଘଟଣାକୁ ରଫାଦଫା କରିବାକୁ ବାଙ୍କି ବିଜେଡି ବିଧାୟକ ଓ ନେତା ଘଟଣାସ୍ଥଳରେ ପହଞ୍ଚି ୩୦ ହଜାର ଟଙ୍କା ଯାଚିଥିଲେ । ମାତ୍ର ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ନେତା ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି ।
ଘଟଣାସ୍ଥଳରେ ଉତ୍ତେଜନା ଜାରି ଥିବାବେଳେ ଗଣମାଧ୍ୟମ ଆସିବା ଜାଣି ୬ ଘଣ୍ଟା ପ୍ରତିବାଦ ପରେ ଘଟଣାସ୍ଥଳରେ ସରପଞ୍ଚଙ୍କ ସ୍ବାମୀ ତଥା ସ୍ଥାନୀୟ ପହଞ୍ଚି ତରବରିଆ ଭାବରେ ଗ୍ରାମବାସୀଙ୍କୁ ଲଗାଇ ଶବ ଉଠାଇ ଥିଲେ ।
ସେପଟେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଆସନ୍ତାକାଲି ବିଜେଡି ପକ୍ଷରୁ ଏହି ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗ୍ରାମର ଅନେକ ଲୋକ ଯୋଗଦାନ କରିଥିଲେ । ସଭା ସରିବା ପରେ ସେହି ସ୍ଥାନରେ ମଦ ମାଂସର ଆସର ଜମିଥିଲା । ଯାହାଫଳରେ ଏତେ ବଡ ଘଟଣା ଘଟି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।