ସେପଟେ ଧାମନଗର ଧକ୍କା ପରେ ପଦ୍ମପୁରକୁ ନେଇ ବିଜେଡିରେ ଘମାସାନ । ଫଳାଫଳ ପୂର୍ବରୁ ନବୀନ ନିବାସରେ ବ଼ଡ ବୈଠକ । 50 ଉର୍ଦ୍ଧ୍ବ ନେତାଙ୍କୁ ସୁପ୍ରିମୋଙ୍କ ଡକରା । 3 ଘଣ୍ଟା ରୁ ଅଧିକ ସମୟ ପୃଥକ ପୃଥକ ଧରି ଆଲୋଚନା । ଧାମନଗର ଠୁ ନେଇ ପଦ୍ମପୁର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବହୁଥିବା ପ୍ରବଳ ଜନ ଅସନ୍ତୋଷ ଦଳ ପାଇଁ ଅଡୁଆ ବଢାଇଥିବାରୁ ତାହାର କାରଣ ଓ ନିରାକରଣ ନେଇ ହୋଇଛି ମାନସ ମନ୍ଥନ ଆଉ 15 ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ଲାଗି ନିର୍ଦେଶ ଦେଇଛନ୍ତି ବିଜେଡି ମୁଖିଆ ।
ସେହିପରି ଦଳକୁ ଧାମନଗର ଲାଗିଥିବା ଧକ୍କାର ପ୍ରମୁଖ କରାଣ ରାଜୁ ଦାସଙ୍କୁ ହିଁ କୁହାଯାଉଛି । ଆଉ ଏବେ ପ୍ରତି ନିର୍ବାଚନ ମଣ୍ଡଳୀରେ ଗଣ୍ଡା ଗଣ୍ଡା ରାଜୁ ଦାସଙ୍କ ଆବିର୍ଭାବ ହେଲାଣି । ଏପରିସ୍ଥଳେ ଦଳ ଭିତରେ ସୃଷ୍ଟି ହୋଇଥିବା ଏହି ଅନ୍ତକନ୍ଦଳକୁ ପ୍ରଶମିତ କରିବା ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । 24 ପୂର୍ବରୁ ଦଳୀୟ ଅନ୍ତଃକନ୍ଦଳରେ ବ୍ରେକ ନ ଦେଲେ ବିଜେଡିର ଭେଳା ବୁଡିପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଅଚ୍ଚାନକ 50 ରୁ ଉର୍ଦ୍ଧ୍ବ ନେତାଙ୍କୁ ନବୀନ ନିବାସ ଡକାଇ ମୁଖିଆ ସଙ୍ଗଠନ ସଜଡା ମନ୍ତ୍ର ଫୁଙ୍କିଥିବା କୁହାଯାଉଛି । 24 ନିର୍ବାଚନ ପୂର୍ବରୁ ବିଜେଡି ଗଳାରେ ଲାଗିଛି ଅ କଣ୍ଟା । ଅସନ୍ତୋଷ-ଅନ୍ତଃକନ୍ଦଳ-ଅର୍ଚ୍ଚନା କୁ ନେଇ ଆକ୍ତାମାକ୍ତା ଦଳ । ଏ ସବୁରୁ ବର୍ତ୍ତିବାକୁ ବାଟ ଖୋଜୁଛି ବିଜେଡି । ତେଣୁ ଆଜି ଅଚାନକ 50 ରୁ ଉର୍ଦ୍ଧ୍ବ ନେତାଙ୍କୁ ଡାକି ଏ ସବୁ ପ୍ରସଙ୍ଗରେ ଆଲୋଚନା କରିଥିବା କହୁଯାଉଛି ।