ଏବେ ପୁଣି ଶାସକ ବିଜେଡି ଆଶା ଓ ଅଙ୍ଗନଓାଡି କର୍ମୀମାନଙ୍କୁ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରୁଥିବାର କଥା ସାମନାକୁ ଆସିଛି । ବହୁତ ପଂଚାୟତରେ ଆଶା ଓ ଅଙ୍ଗନଓାଡି କର୍ମୀମାନେ ବିଜୁ ଜନତା ଦଳର ନେତାଙ୍କ କଥାରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଝାରବନ୍ଧ ବ୍ଲକର ଡୁଙ୍ଗୁରିପାଲି ଗ୍ରାମପଂଚାୟତର ଅନୁସୟା ପ୍ରଧାନ ନାମକ ଜଣେ ଅଙ୍ଗନଓାଡି କର୍ମୀ ବିଜୁ ଜନତା ଦଳ ପାଇଁ ନିର୍ବାଚନ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହେଉଛି ।
ଆଜି ବିଜେପିର ଏକ ପ୍ରତିନିଧି ଦଳ ପଦମପୁର ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ପାଖରେ ଏନେଇ ଅଭିଯୋଗ କରିବା ସହିତ ସେହି ଅଙ୍ଗନଓାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ପ୍ରତିନିଧୀ ଦଳରେ ମୁଖପାତ୍ର ମନୋଜ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଅଶ୍ୱିନ ଷଡଙ୍ଗୀ, ଜିଲ୍ଲା ଲିଗାଲ ସେଲର ମୁଖ୍ୟ ରଂଜନ ସାହୁ ଉପସ୍ଥିତ ଥିଲେ ।