ଆସନ୍ତା କାଲି ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପାଇଁ ପାଖଉଛି ତାରିଖ, ବଢୁଛି ନିର୍ବାଚନୀ ଉଷ୍ଣତା। ଦିନ ରାତି ଏକ କରି ହାଇଭୋଲଟେଜ୍ କ୍ୟାମ୍ପେନ ଚଳାଇଛନ୍ତି ବିଜେପି ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥି ପ୍ରଦୀପ ପୁରୋହିତ ଜୋରଦାର ପ୍ରଚାର ଚଳାଇଛନ୍ତି । ରୋଡ ଶୋ, ସଭା ଓ ଶୋଭାଯାତ୍ରାରେ ମାଧ୍ୟମରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ।
ପଦ୍ମପୁର ବ୍ଲକର ତନସିଂହା, ଚଣ୍ଡୀପାଲି, ଗୌଡ଼ପାଲି, ନୁଆଁପାଲି, ବାଇଡ଼ପାଲି, ରାମେଡେରା, ଧୂମାବେର୍ଣ୍ଣ , ସାରସମାଲ, ହାଲକା ଦାଦାର ର ଗାଁ ଗାଁରେ ବୈଠକ ଓ ସଭା କରି ଲୋକଙ୍କ ସହ ଆଲୋଚନା କରିଥିଲେ ଓ ଶାସକ ଦଳ ପକ୍ଷରୁ ଅଂଚଳରେ ଯେଉଁ ଅବହେଳା କରାଯାଇଛି ସେ ବିଷୟରେ ଆଲୋଚନା କରିବା ସହିତ ଉପ ନିର୍ବାଚନରେରେ ଲୋକେ ଭୋଟ ଦେଇ ବିଜୟୀ କଲେ ସ୍ତାନୀୟ ଅଂଚଳରେ ଲାଗି ରହିଥିବା ସମସ୍ୟା ସମାଧାନ ଦିଗରେ କାମ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।