`ପ୍ରଚାର ସ୍ଲୋଗାନ୍ ନ ଥିଲା କି କୌଣସି ବ୍ୟାନର ନ ଥିଲା' । `ଆମେ ପ୍ରଦୀପଙ୍କୁ ଭଲ ପାଉ, ସଂକ୍ରାନ୍ତିରେ ତାଙ୍କୁ ଡାକି ଫୁଲମାଳ ଦେଇ ସ୍ଵାଗତ କରୁ' । `ଆମର ଖୁସିର ଦିନରେ ସେ ସାମିଲ୍ ହୁଅନ୍ତି, ଆଜି ବି ସାମିଲ୍ ହୋଇଥିଲେ' । `ଆମର ସେତେ ଆତ୍ମୀୟତା ଅଛି ବୋଲି ଯେତେ କାମ ଥିଲେ ବି ପ୍ରଦୀପ ଆସନ୍ତି' । ଯେଉଁମାନେ ଷଡ଼ଯନ୍ତ୍ର କରିଛନ୍ତି, ସେମାନେ ସହି ପାରୁନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ । `ଯେଉଁମାନେ କହୁଛନ୍ତି ପ୍ରଚାର ପାଇଁ ଆସିଥିଲେ, ତାହା ମିଛ, ତାଙ୍କୁ ଡାକନ୍ତୁ, ଆମେ ପଚାରିବୁ' ।
`ଷଡ଼ଯନ୍ତ୍ର କରି ସେ ନିଜେ ଫସିଲେ, ମିଡିଆ ପଠାଇ ଚକ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି। ଗ୍ରାମବାସୀ ଆହୁରି କହିଛନ୍ତି, କୁନାଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରୁଥିଲେ। ପ୍ରଦୀପଙ୍କୁ ପିଟିବାକୁ ଯୋଜନା ହୋଇଥିବା କହି ବର୍ଷିଲେ ମହିଳା। `କୁନା ପୁରୋହିତଙ୍କୁ ମାରିବାକୁ ଉଦ୍ୟମ କରୁଥିଲେ, ଆମେ କୁନାଙ୍କୁ ଘେରି ରହିଲୁ'। ସେପଟେ, ଘଟଣାକୁ ନେଇ ପଦମପୁର SDPO କହିଛନ୍ତି, ଘଟଣାର ତଦନ୍ତ ହେବ, ଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ହେବ। `ସିଏ ଯେଉଁ ଦଳର ହୁଅନ୍ତୁ ନା କାହିଁକି, କାର୍ଯ୍ୟାନୁଷ୍ଠାନ ହେବ'।
ରାଜନୀତି ଖବର ଆହୁରି ପଢନ୍ତୁ ।