ତେବେ କଳା ଓଢଣୀକୁ ଦେଖି ବିଚଳିତ ହୋଇପଡିଥିଲା ପୋଲିସ । ଆଉ ବଳ ଚଳାଇଥିଲା ନିରିହ ମହିଳାଙ୍କ ଉପରେ । ଯିଏ ନବୀନଙ୍କ ସଭାସ୍ଥଳକୁ ଯିବାକୁ ଚାହୁଁଥିଲେ ସେ ବାଧ୍ୟ ହୋଇ ନିଜ କଳା ଓଢଣୀ ଓହ୍ଲାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏଠି ସବୁ ସାଜିଛି ବେଫିକର । ମା ଭଉଣୀଙ୍କ ସୁରକ୍ଷାର ନାରା ଦେଉଥିବା ନବୀନ ସରକାରଙ୍କ ଉଚ୍ଚାରଣ ଓ ଆଚରଣରେ ଆକାଶ ପାତାଳ ପାର୍ଥକ୍ୟ ଦେଖାଦେଇଛି ।
କିନ୍ତୁ ନବୀନ ବାବୁଙ୍କର ସୁରକ୍ଷା ପାଇଁ ଏଠି ମହିଳାଙ୍କ ସମ୍ମାନ ନେବାରେ ପଛାଇ ନାହାନ୍ତି ପୋଲିସ ବାହୀନି । ଏଭଳି ଅଭାବନୀୟ ଘଟଣା ଘଟିଛି ପାଇକମାଲ ନିର୍ବାଚନୀ ସଭାସ୍ଥଳରେ । ମୁଖ୍ୟମନ୍ତ୍ରୀ ସଭାସ୍ଥଳୀକୁ ଆସିଥିବା ମହିଳା ଓ ଯୁବତୀଙ୍କୁ ହଟ୍ଟହଟ୍ଟା ହେବାକୁ ପଡିଛି । ନବୀନଙ୍କ କାର୍ଯ୍ୟକ୍ରମକୁ ଯିବାକୁ ହେଲେ ମହିଳା ଓ ଯୁବତୀଙ୍କୁ ଓହ୍ଲାଇବାକୁ ପଡିଲା କଳା ଓଢଣୀ । ପୂର୍ବରୁ ଏଭଳି ଘଟଣା ସୁନ୍ଦରଗଡରେ ମଧ୍ୟ ଘଟିଥିଲା । ଗତ 2016 ରେ ଏହାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ।