ପ୍ରଚାର ଶେଷ ଦିନରେ ଝାରବନ୍ଧ ଅଞ୍ଚଳରେ ବିଜେଡି ପକ୍ଷରୁ ବାଇକ ରାଲି ସହ ବିଭିନ୍ନ ଗାଁରେ ବୁଲି ଭୋଟ ଭିକ୍ଷା କରିଥିଲେ ବର୍ଷା ସିଂ ବରିହା । ବିଜେଡି ତରଫରୁ ବଡ଼ କାର୍ଯ୍ୟକ୍ରମ ହୋଇନଥିବା ବେଳେ ବିଧାୟକ ସୁଶାନ୍ତ ସିଂ ଙ୍କ ନେତୃତ୍ୱରେ ବାଇକ ରାଲି କରି ବିଜେଡି ନେତା ଅଜୟ ଦାସ, ରାଜେନ୍ଦ୍ର ଢୋଲକିଆ ବିଭିନ୍ନ ଅଞ୍ଚଳରେ ଭୋଟ ଭିକ୍ଷା କରିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ଜୋରଦାର ହୋଇଥିଲା ପ୍ରଚାର ।
ପ୍ରଚାର ସରିଥିବା ବେଳେ ଭୋଟିଂ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତ୍ୟେକ ବୁଥରେ ଇଭିଏମ୍ ମେସିନ ସହ ଗୋଟିଏ ପ୍ରିଜାଇଡିଂ ଅଫିସର, ୩ ଟି ପୋଲିଂ ଅଫିସର ଓ ଜଣେ ଲେଖାଏ ପୋଲିସ ନିୟୋଜିତ କରାଯାଇଛି । ପୋଲିଂ ଟିମ ପଦ୍ମପୁରରେ ପହଞ୍ଚିଛି ପ୍ରଶାସନ ପକ୍ଷରୁ କରାଯାଇଥିବା ୧୬ଟି କାଉଣ୍ଟରେ ନିଜ ନିଜ ସାମଗ୍ରୀ ସବୁ ସଂଗ୍ରହ କରି ନିଜ ନିଜ ବୁଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଚଳିତଥର ପଦମପୁର ଉପନିର୍ବାଚନ ଭୋଟ୍ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ମୋଟ ୩୧୯ଟି ବୁଥ୍ କରାଯାଇଛି । ୭୪ଟି ବୁଥ ମାଓ ପ୍ରଭାବିତ ଅଞ୍ଚଳରେ ରହିଛି । ୭୮ ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି । ଆଇନଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ୫୦ ପ୍ରତିଶତ ବୁଥରେ ହେବ ୱେବ କାଷ୍ଟିଙ୍ଗ । ୯୮ ଜଣ ମାଇକ୍ରୋ ଅଭଜରର୍ବର୍ ମୁତୟନ ହେବେ ।
ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ । ଆସନ୍ତା ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ ଫଳାଫଳ । ୧୦ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର ।
ରାଜନୀତି ଖବର ଆହୁରି ପଢନ୍ତୁ ।