ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଭାବାବେଗ ପୂର୍ଣ୍ଣ ଭାଷଣ 35 ବର୍ଷ ତଳୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଲଢେଇରୁ ମୋର ଗାଁ ଗାଁ ସମ୍ପର୍କ । ମୋର ଜନ୍ମ ଏଇଠି, ମରିବି ବି ଏଇଠି । ବିଧାୟକ ଥିବା ବେଳେ ଆପଣଙ୍କ ସାଙ୍ଗରେ ଥିଲି । ବିଧାୟକ ନଥିଲେ ବି ଆପଣଙ୍କ ସାଙ୍ଗରେ । ପ୍ରଦୀପ ପୁରୋହିତଙ୍କର ଭାବାବେଗ ଅପିଲ ସହ ଆଖିରେ ଲୁହ ଲୋକଙ୍କ ଉପରେ କି ପ୍ରଭାବ ପକାଇବ ତାକୁ ନେଇ ଆରମ୍ଭ ହୋଇଛି ବିତର୍କ ।ପ୍ରାର୍ଥୀ ବର୍ଷାଙ୍କ କଣାସ ବୋହୂ ମାମଲା ଭୋଟ ଉପରେ ପ୍ରତିକୂଳ ପ୍ରଭାବ ପକାଇ ପାରେ, ସେଥିପାଇଁ ବିଜେଡି ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ମହିଳା ସ୍ୱାର୍ଥ ଓ ସ୍ୱାଭିମାନ ସହ ଯୋଡି ନେଇଛି ଆକ୍ରମଣାତ୍ମକ ଆଭିମୁଖ୍ୟ ।
ବିଜେଡିର ଉଗ୍ର ପ୍ରତିବାଦ ବିରୋଧରେ ବିଜେପି ଆଣିଛି ବିଜେଡି ଶାସନରେ ରାଜ୍ୟରେ ବଢୁଥିବା ଦୁଷ୍କର୍ମ, ମହିଳା ଅତ୍ୟାଚାର ସହ ଦଣ୍ଡବିଧାନର କମୁଥିବା ଗ୍ରାଫ୍ ।ପ୍ରାର୍ଥୀତ୍ୱକୁ ନେଇ ଆମନାସାମନା ଦୁଇଦଳ । ଗ୍ରାଉଣ୍ଡ ଜିରୋରେ ବିଜେଡି ନେତାମାନେ ବର୍ଷାଙ୍କ ମାଟିର ସମ୍ପର୍କକୁ ନେଇ ଉଠାଇଛନ୍ତି ପ୍ରଶ୍ନ ।
ଗଣତନ୍ତ୍ରର ମାଲିକ ଲୋକ । କିଏ ତାଙ୍କର ପସନ୍ଦ କିଏ ନୁହେଁ ନିଷ୍ପତ୍ତି ସେମାନଙ୍କର ନିଜସ୍ୱ । ପଦମପୁର ବାସୀ ମାଟିର ଝିଅ କଣାସର ବୋହୂକୁ ନିଜର କରୁଛନ୍ତି ନା ମୋର ଜନ୍ମ ଏଇଠି, ମୃତ୍ୟୁ ଏଇଠିର ଭାବାବେଗ ଅପିଲରେ ପ୍ରଭାବିତ ହେଉଛନ୍ତି ଭୋଟରେ ତାହାହେବ ପ୍ରତିଫଳିତ ।