ସେପଟେ ପାଇକମାଳକୁ ଏନଏସି ମାନ୍ୟତା ଓ ପିଏଚସିକୁ ସିଏଚସି ସହିତ ପଦ୍ମପୁରକୁ ଜିଲ୍ଲା ଘୋଷଣା ଦାବି ନେଇ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ 48 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଗୁରୁବାର ସକାଳ ପହରୁ ଜାଗରଣ ଯୁବ ସଙ୍ଗଠନର ସଦସ୍ୟ ମାନେ ପକେଟିଙ୍ଗ କରିଥିଲେ । ଆଉ ଏହାକୁ ସମର୍ଥନ ସ୍ବତପ୍ରବୃତଃ ଭାବେ ପାଇକମାଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ତେବେ ସରକାର ଯଦି ବନ୍ଦ ଡାକରାକୁ ଗୁରୁତର ସହ ନ ନିଅନ୍ତି ତେବେ ହିସାଂତ୍ମକ ଆନ୍ଦୋଳନ ପନ୍ଥା ଆପେଣଇବାକୁ ଚେତାବନୀ ଦେଇଛି ଜାଗରଣ ଯୁବ ସଙ୍ଗଠନ ।
ବରଗଡ ଜିଲ୍ଲାର ଭୌଗଳିକ ସ୍ଥିତିକୁ ଦେଖି ଦାସ କମିଶନ ସୁପାରିଶ କରିଥିଲେ ଯେ ପଦ୍ମପୁର, ଝାରବନ୍ଧ, ପାଇକମାଳ ଓ ଗାଇସିଲଟ, ସୋହେଲା ବିଜେପୁରକୁ ନେଇ ସ୍ବତନ୍ତ୍ର ଜିଲ୍ଲା ଗଠନ କରାଯାଉ । ଆଉ ଏହାପରେ 20 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଚାଲିଥିଲେ ବି ସରକାର ଏହାକୁ କର୍ଣ୍ଣପାତ କରିଥିନଥିଲେ । ଏପରିକି 2019ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପ୍ରତିଶୃତି ମିଳିଥିଲେ ବି ତାହା ପାଣିରଗାର ହୋଇଥିଲା । ତେଣୁ ଏବେ ବିଜେଡି ସଭାପତିଙ୍କ କଥାକୁ କିପରି ଗ୍ରହଣ କରାଯାଇପାରିବ ବୋଲି ପ୍ରଶ୍ନ କରୁଛନ୍ତି କେନ୍ଦ୍ରୀୟ କ୍ରିୟାଅନୁଷ୍ଠାନ କମିଟିକ ଅନେକ ସଦସ୍ୟ ।