ସେପଟେ ଖୋଲୁଛି ଭଣ୍ଡ ପାଦ୍ରି ବଜିନ୍ଦରଙ୍କ ଠକାମୀର ଗୋଟିଏ ପରେ ଗୋଟିଏ ଗୁମର । ଠକାମୀର ଶିକାର ହୋଇଛନ୍ତି ବଲାଙ୍ଗିର ମୁରଲୀବାହାଲର ଯୋଗେନ୍ଦ୍ର ନାଗ। କିଛି ଦିନ ତଳେ ଏକ ଦୁର୍ଘଟଣା ପରେ ଯୋଗେନ୍ଦ୍ରଙ୍କ ଅଣ୍ଟା ତଳୁ ଅକାମୀ ହୋଇଯାଇଥିଲା। ବଜିନ୍ଦର ରୋଗ ଭଲ କରି ଦେଉଛନ୍ତି ଶୁଣି ବଲାଙ୍ଗିର ସଭାକୁ ଯାଇଥିଲେ ଯୋଗେନ୍ଦ୍ର। ରେଜିଷ୍ଟ୍ରେସନ ଫି ବାବଦରେ 15 ଶହ ଟଙ୍କା ବି ଦେଲେ। ଚାଲିପାରୁନଥିବା ଯୋଗେନ୍ଦ୍ରଙ୍କୁ ଟେକି ଟେକି ନେଲେ ବଜିନ୍ଦରଙ୍କୁ ପାଖକୁ। ହେଲେ ଭଣ୍ଡ ପାଦ୍ରି ଅନେଇଲେନି ବି। ନିରାଶ ହେଲେ ଯୋଗେନ୍ଦ୍ରଙ୍କ ଭଳି ଏମିତି ଅନେକ।
କେବେ ବନ୍ଧା ହେବେ ଭଣ୍ଡ ଓ ଠକ ପାଦ୍ରୀ ବଜିନ୍ଦର ସିଂହ, ଅଭିଯୋଗ ପରେ ବି ବଲାଙ୍ଗିର ପୋଲିସ ଓ ପ୍ରଶାସନ କେମିତି ଦେଲେ ଅନୁମତି, ବଜିନ୍ଦର ସୁରକ୍ଷାରେ କିଏ ? ତାକୁ ନେଇ ଉଠି ପ୍ରଶ୍ନ।