ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଓଡିଶା ଗସ୍ତ ସମୟରେ ପାଇକ ବିଦ୍ରୋହର ବୀର ପରିବାର ମାନଙ୍କୁ ରାଜଭବନ ନିମନ୍ତ୍ରଣ କରି କରିଥିଲେ ସମ୍ମାନ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ସ୍ମାରକୀ ନିର୍ମାଣ ପାଇଁ ସହଯୋଗ ପ୍ରଦାନ କରିଆସୁଛନ୍ତି । ଏଥିପାଇଁ 9.685 ଏକର ପରିମିତ ଜମି ଯୋଗାଇ ଦେବା ପାଇଁ ରାଜ୍ୟ କ୍ୟାବିନେଟର ମଞ୍ଜୁରି ପ୍ରଦାନ କରିଛନ୍ତି । ଯାହାକୁ ନେଇ ଟ୍ବିଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଇତିହାସର ଅତଳ ଗର୍ଭରୁ ଓଡ଼ିଶାର ବୀରତ୍ୱ ମହାନ ଗାଥା ପାଇକ ବିଦ୍ରୋହକୁ ଦେଶ ସାମ୍ନାରେ ଉପସ୍ଥାପିତ କରିବା ପାଇଁ ନିଷ୍ଠାପର ଉଦ୍ୟମ କରୁଛନ୍ତି । ଓଡ଼ିଆ ଜାତିର ଅଦମ୍ୟ ସାହସ, ବୀରତ୍ୱର ପ୍ରତୀକ ହୋଇ ପାଇକ ସ୍ମାରକୀ ସର୍ବଦା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ପାଇକ ସ୍ମାରକୀ ।
ଓଡ଼ିଆ ଜାତି ସ୍ବାଭିମାନୀ- ପାଇକ ବିଦ୍ରୋହରେ ଜାତି, ବର୍ଣ୍ଣ ଓ ଅଞ୍ଚଳ ନିର୍ବିଶେଷରେ ସାରା ଓଡ଼ିଶା ହୋଇଥିଲା ସାମିଲ । ଶତାବ୍ଦୀ ଶତାବ୍ଦୀ ଧରି ସାରା ଦେଶର ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇବ ଏହି ସ୍ମାରକୀ । ସିପାହୀ ବିଦ୍ରୋହ ଭାରତର ଅନେକ ରାଜ୍ୟର ମିଳିତ ଶକ୍ତିରେ ଲଢାଯାଇଥିଲା। ଓଡ଼ିଆମାନେ ସିପାହୀ ବିଦ୍ରୋହର 40 ବର୍ଷ ପୂର୍ବରୁ ସାରା ଓଡ଼ିଶାରେ ବ୍ରିଟିଶ ବିରୋଧରେ ସର୍ବପ୍ରଥମ ସଂଗଠିତ ସଶସ୍ତ୍ର ସଂଗ୍ରାମ ଲଢିଥିଲେ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।