ରାଜ୍ୟ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଅଧୀନରେ ଥିବା ଏହି ସ୍କୁଲରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ SC, ST ଛାତ୍ରମାନେ ହଷ୍ଟେଲ ରେ ରହି ପାଠ ପଢ଼ନ୍ତି। ସରକାର ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଥିବା ବେଳେ ଏଠାରେ ପିଲାମାନଙ୍କୁ ବାସୀ ପଖାଳ ଖାଇବାକୁ ଦିଆଯାଏ, ତାହା ପୁଣି ଅଧାପେଟ। ପେଟଭରି ଖାଇବାକୁ ଦିଆଯାଉନଥିବା ଅଭିଯୋଗ ମଧ୍ୟ ଆସଛି।
ଏପରିକି ଯଦି କୌଣସି ପିଲା ଏସବୁ ବିରୋଧରେ ସ୍ୱର ଉତ୍ତୋଳନ କରେ ତେବେ ତାକୁ ବିଭିନ୍ନ ଆଳରେ ଭୁଲ ଦର୍ଶାଇ ସ୍କୁଲରୁ ଜୋର ଜବରଦସ୍ତ TC ଦେଇ ବିଦାୟ କରାଯାଉଥିବା ସୂଚନା ମିଳିଛି। ସରକାର ମଧ୍ୟାହ୍ନ ଭୋଜନର ଡିଣ୍ଡିମ ପିଟୁଥିବା ବେଳେ ଏହି ଚିତ୍ର ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।