ଅଧିକ ପଢନ୍ତୁ ଧାର୍ମିକ ଖବର
ମନ୍ଦିରର ପ୍ରଥମ ଭାଗରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ମାତା ସୀତା ଓ ଲକ୍ଷ୍ମଣ। ଏବଂ ଉପରି ଭାଗରେ ପୂଜା ପାଉଛନ୍ତି ପ୍ରଭୁ ହନୁମାନ। ପଞ୍ଚମୁଖୀଙ୍କ ଚାରିପଟେ ରହିଛି ୧୦୮ ବିଗ୍ରହ। ଲୋକଙ୍କ କଥା ଅନୁସାରେ ଛତିଆରୁ ଆସିଥିଲା ଏହି ବିଗ୍ରହ । ସେବେଠାରୁ ସ୍ଥାନୀୟ ଲୋକଙ୍କ ବିଶ୍ବାସ ଓ ଆସ୍ଥା ଏହି ଠାକୁରଙ୍କ ଉପରେ। ଥରେ ମନ୍ଦିରକୁ ଯିଏ ଆସିଛି ସେ ସବୁଦିନ ଆସେ, ଆଉ ଏଠାରେ ଥରେ ଯିଏ ହନୁମାନ ଚାଲିଶା ପାଠ କରେ ତାହା ୧୦୮ ଥର ପାଠ କରିବା ସହ ସମାନ ବୋଲି ବିଶ୍ବାସ ରହିଛି। ଶ୍ରୀରାମନାରାୟଣ ଦାସ ମହାରାଜ, ଅଧକ୍ଷ, ୧୦୮ ହନୁମାନ ମନ୍ଦିର। ପୁରୁଣା ରାଜଧାନୀରେ ଅନେକ ଇତିହାସ କଳା ଓ ଭାସ୍କର୍ଯ୍ୟର ପରିଚୟ ରହିଥିବା ବେଳେ ଏହା ନୂଆ ରାଜଧାନୀର ଏକ ଆଗାମୀ ଇତିହାସ ହୋଇ ରହିବ ବୋଲି ଲୋକଙ୍କ ମତ।