ଫେବୃଆରୀ ୧୬, ୧୮,୨୦,୨୨,୨୪ ରେ ଭୋଟ ଗ୍ରହଣ କରାଯିବ ଏବଂ ୨୬, ୨୭, ୨୮ ରେ ହେବ ଭୋଟ୍ ଗଣତି। ଏଥିସହିତ ଜାନୁଆରୀ ୧୭ରୁ ୨୧ ନୋମିନେସନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଚଳିତ ନିର୍ବାଚନରେ ଭୋଟ୍ ଦେବେ ୨ କୋଟି ୭୯ ଲକ୍ଷ ଭୋଟର୍। ମୋଟ୍ ଓ୍ୱାର୍ଡ ସଂଖ୍ୟା ୯୧,୯୧୩ ଥିବା ବେଳେ ୬୭୯୪ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପାଇଁ ନିର୍ବାଚନ ହେବ । ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ମଧ୍ୟ ପଡ଼ିବ ଭୋଟ। ।
ପ୍ରଚାର ପାଇଁ ପଥପ୍ରାନ୍ତ ଶୋଭାଯାତ୍ରା ଓ ବାଇକ୍ ରାଲି ପାଇଁ ମନା। ସମାବେଶକୁ ନିଷିଦ୍ଧ କରାଯାଇଛି। ଡିଜିଟାଲ, ଭର୍ଚୁଆଲ ମିଡିଆରେ ପ୍ରଚାର କରିବାକୁ କୁହାଯାଇଛି। ସର୍ବାଧିକ ୫ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଉଲ୍ଲଘଂନ କଲେ ଦଣ୍ଡିତ ହେବେ। ଉଭୟ ଡୋଜ କୋଭିଡ ଟିକା ନେଇଥିବା ତଥା ଆରଟିପିସିଆର ରିପୋର୍ଟ ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ।