ଅର୍ଗସ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ କୋହଳ କଲେ ରାଜ୍ୟ ସରକାର। ଏ ନେଇ ପ୍ରେସମିଟରେ ସୂଚନା ଦେଲେ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ। ସରକାର ରାଜନୈତିକ ସଭାକୁ ଅନୁମତି ଦେଇଛନ୍ତି । ୩ଶହରେ ସଭା ଓ ୨୦ ଜଣରେ କ୍ୟାମ୍ପେନିଂ ପାଇଁ ଅନୁମତି ଦିଆଯାଇଛି। ଅର୍ଥାତ ଡ଼ୋରଟୁ ଡ଼ୋର କ୍ୟାମ୍ପେନିଂରେ ୨୦ ଜଣ ଯାଇପାରିବେ। ଆଗରୁ ପ୍ରାର୍ଥୀଙ୍କ ସହ ମାତ୍ର ୫ଜଣଙ୍କୁ ଅନୁମତି ଥିଲା।
ଫେବୃଆରୀ ୧୬ ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ ତାରିଖରେ ହେବ।
ସେହିପରି ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ସହ ଫେବୃଆରୀ ୨୮ ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ ।