ପଞ୍ଚାୟତ ଫଳାଫଳ ଶାସକ ଓ ବିରୋଧୀଙ୍କ ପାଇଁ କେଉଁ ଆହ୍ବାନ ଆଣିବାକୁ ଯାଉଛି ?
1 - ଶାସକ ବିଜେ଼ଡି ପାଇଁ କଣ ରହିଛି ଆହ୍ବାନ
() ବୃହତ ବିଜୟ ଅର୍ଥାତ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଶାସକ ଦଳକୁ ଲୋକମାନେ ଦେଇଥିବାରୁ ସେହି ଅନୁଯାୟୀ ଅପେକ୍ଷା ବି ଅଧିକ ରହିବ । ସମଦୃଷ୍ଟିରେ ସମସ୍ତ ଲୋକଙ୍କ ଅପେକ୍ଷା କୁ ପୂରଣ କରାନଗଲେ ଶାସକ ଦଳ ପାଇଁ ପରବର୍ତ୍ତୀ ସମୟରେ ହୁଏତ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତେଣୁ ସମସ୍ତ ଲୋକଙ୍କ ଅପେକ୍ଷା କୁ ସମଦୃଷ୍ଟିର ସହ ପୂରଣ କରିବା ଶାସକ ଦଳ ପାଇଁ ହେବ ବଡ ଚ୍ୟାଲେଞ୍ଜ ।
() ଏପରିକି ଦଳ ସରକାରରେ ଥିବାରୁ ତୃଣମୂଳ ସ୍ତରରେ ବିଭିନ୍ନ ନେତାଙ୍କ ପକ୍ଷରୁ ନିର୍ବାଚନ ବେଳେ ଦିଆଯାଇଥିବା ମାଳମାଳ ପ୍ରତିଶୃତି ପୂରଣ କରାନଗଲେ ତାହା ଜନ ଅସନ୍ତୋଷର ମୁଖ୍ୟ କାରଣ ସାଜିପାରେ । ତେଣୁ ତୃଣମୂଳ ସ୍ତରରେ ଲୋକଙ୍କ ମୌଳିକ ସୁବିଧା ପୂରଣ ଲାଗି ଦିଆଯାଇଥିବା ପ୍ରତିଶୃତିକୁ ବି ଦେବାକୁ ହେବ ପ୍ରାଥମିକତା ।
() ନିର୍ବାଚନ କିଛି ଦିନ ପୂର୍ବରୁ ସରକାରୀ ବିରୋଧୀ ହାଓ୍ବାକୁ ପ୍ରଶମିତ କରିବା ଲାଗି ଯେପରି ରାଜକୋଷର ପେଡି ଖୋଲି ବିଭିନ୍ନ ସ୍କିମ ସବୁ ଘୋଷଣା କରାଯାଇଛି ସେହିପରି ନୂଆ ସ୍କିମକୁ ଆଣିବା ଓ ପୂର୍ବ ସ୍କିମ ଚାଲୁ ରଖିବା ହେବ ବଡ ଆହ୍ଵାନ।
2 - ବିରୋଧୀଙ୍କ ପାଇଁ କଣ ରହିଛି ଆହ୍ବାନ ?
() ପରାଜୟ ପଛର ମାନସ ମନ୍ଥନ କରିବା ସହ ନିଜ ଦୋଷ ଦୁର୍ବଳତା ଓ ତ୍ରୁଟି କୁ ବୁଝି ସେ ସବୁର ଭରଣା କରିବା
() ତ୍ରୁଣମୂଳ ସ୍ତରରେ ନିଜ ସଙ୍ଗଠନ ମଜବୁଥ୍ କରି ଲୋକଙ୍କ ପ୍ରସଙ୍ଗରେ ନିଜ ସ୍ବରକୁ ଶାଣିତ କରିବା
() ସରକାରୀ ବିରୋଧୀ ପ୍ରସଙ୍ଗକୁ ସାମ୍ନାକୁ ଆଣି ସେ ସବୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଭୋଟବ୍ୟାଙ୍କରେ ପରିଣତ କରିବା
() ଏ ସବୁ ପରେ ବି ବିରୋଧୀଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହେବ ଶାସକ ଦଳର ମାଇକ୍ରୋ ମ୍ୟାନେଜମେଣ୍ଟକୁ ବୁଝି ବିଚାରି ନିର୍ବାଚନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବା
ବର୍ଷ 2022 ନିର୍ବାଚନର ବର୍ଷ ହୋଇଥିବାରୁ ଉଭୟ ବିରୋଧୀ ଓ ଶାସକ ଦଳ ପାଇଁ ଏହି ସବୁ ପ୍ରସଙ୍ଗ ବଡ ଆହ୍ବାନ ସୃଷ୍ଟି କରିବ । ଯଦି ଏହା ପରେ ସେମାନେ ଗୁରୁତ୍ବ ନ ଦିଅନ୍ତି ତେବେ ଆଗକୁ ଆସୁଥିବା ବିଭିନ୍ନ ନିର୍ବାଚନରେ ଲୋକେ ହୁଏତ ତାହାର ଜବାବ ଭୋଟ ମାଧ୍ୟମରେ ଦେଇପାରନ୍ତି ।