ଭଦ୍ରକ ଖରିଦା ବିନାୟକପୁର ପଂଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଜଣେ ଉଚ୍ଚ ଶିଖିତ ଯୁବତୀ ଭୁବନେଶ୍ୱରରେ ନର୍ସିଂ କରୁଥିବା ମଧୁସ୍ମିତା ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଶେଷ କରି ପଂଚାୟତରେ ହୋଇଥିବା ଦୁର୍ନୀତି ଓ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା କିପରି ପହଞ୍ଚାଇବେ ସେହି ମୁଦ୍ଦା ନେଇ ନିର୍ବାଚନୀ ବୈତରଣୀ ପାର ହେବେ ବୋଲି ଆଶା ରଖିଛନ୍ତି । ଏହାସହ ସେ କହିଛନ୍ତି ଏଇଟା ମୋର ଉଚିତ୍ ବୟସ । ଏହି ବୟସରେ ମୁଁ ରାଜନୀତିକୁ ଓହ୍ଲାଇଲେ ଆଗକୁ ବହୁତ ସମୟ ଅଛି ଲୋକଙ୍କ ପାଇଁ କିଛି କରିବାକୁ ।
ସେହିପରି ସେହି ପଞ୍ଚାୟତରେ ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଯୁବ ଉଚ୍ଚ ଶିକ୍ଷିତ ଯୁବତୀ ସୁମିତ୍ରା ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା ଘରେ ଘରେ ପହଞ୍ଚାଇବାକୁ ଉଦ୍ୟମ କରିବା ସହିତ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା ଆଶାରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।
ଅନ୍ୟପଟେ ଆଜି ଶେଷ ଦିନରେ ବିଜେପି ପକ୍ଷରୁ ସମିତି ସଭ୍ୟ ପାଇଁ ନୋମିନେସନ ଭରିଛନ୍ତି ସ୍ୱାମୀ ଓ ସ୍ତ୍ରୀ । ସ୍ୱାମୀ ହେମନ୍ତ ପାଢ଼ୀ ବେନ୍ତାଳ ପଞ୍ଚାୟତ ପକ୍ଷ୍ୟରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନୋମିନେସନ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିକଟରେ ନୋମିନେସନ ଦାଖଲ କରିଥିବାବେଳେ ତାଙ୍କ ସ୍ତ୍ରୀ ସସ୍ମିତା ପାଢ଼ୀ ବଣିଆ ପଞ୍ଚାୟତରୁ ସମିତି ସଭ୍ୟ ନମିନେସନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ଥର ପାଇଁ ରାଜନୀତିକୁ ଓଲ୍ଲାଇ ସେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ସ୍ୱାମୀ ଦୀର୍ଘ 22 ବର୍ଷ ହେବ ରାଜନୀତି କରୁଛନ୍ତି । ତାଙ୍କ ସ୍ତ୍ରୀ ହିସାବରେ ଲୋକମାନଙ୍କ ସେବା କରିବା ପାଇଁ ଇଚ୍ଛା କରି ରାଜନୀତିକୁ ଓଲ୍ଲାଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।