ପ୍ରଥମେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲେ କିନ୍ତୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ନକରିବାରୁ ପରବର୍ତ୍ତୀ ସମୟରେ ଅରବିନ୍ଦ ପ୍ରଧାନ, ଫିରୋଜ ସାହୁ, ଖତୁଆ ବାରିକ ଓ ତାଙ୍କ ସମର୍ଥକ ରାତି ସମୟରେ ପାଞ୍ଚରୁ ସାତ ଥର ଘରକୁ ଆସି ପ୍ରଚାର ନକରିବା ସହ ପ୍ରଚାର କଲେ ଜୀବନରୁ ମାରିଦେବାର ଧମକ ଦେଇଥିବା କହିଛନ୍ତି ପ୍ରାର୍ଥୀନୀ ମନ୍ଦୋଦରି ନାୟକ ।
ନିଜ ଜୀବନକୁ ବିପଦ ଥିବା ଭୟରେ ବରଗଡ଼ ଟାଉନ ଥାନାର ଦ୍ୱାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଛନ୍ତି । ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ସ୍ୱାମୀ ଓ ପରିବାରକୁ ସୁରକ୍ଷା ଦେବାପାଇଁ ଥାନାରେ ଲିଖିତ ଆକାରରେ ଜଣାଇଛନ୍ତି ।