ଅର୍ଗସ ବ୍ୟୁରୋ: ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର । ବିଜେପି ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚିତ କରାଗଲା ଇସ୍ତାହାର । ପଞ୍ଚୟତରେ ଗ୍ରାମସଭା, ପଲ୍ଲୀସଭା ହେବ । ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି । ପଂଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି । ବିଜେଡି ନେତା ଲୁଟ କରୁଛନ୍ତି । ବିକାଶ ନାମରେ ଜେଇଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି ତେଣୁ ତାକୁ ବିଜେପି ଆଉ ହେବାକୁ ଦେବନି । ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବ, ମହିଳା ଶସକ୍ତିକରଣ କରାଯିବ, ପ୍ରତ୍ୟେକ ପଂଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ । ଷ୍ଟ୍ରିଟ୍ ଲାଇଟ, ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ନିର୍ବାଚନୀ ଇସ୍ତାହାରରେ ବିଜେପି ଜୋର ଦେଇଛି ।
୧. ପଂଚାୟତରେ ଗ୍ରାମସଭା, ପଲ୍ଲୀସଭା ହେବ
୨. ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି
୩. ପଂଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି । ବିଜେଡି ନେତା ଲୁଟ କରୁଛନ୍ତି । ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି ତେଣୁ ତାକୁ ବିଜେପି ଆଉ ହେବାକୁ ଦେବନି ।
୪. ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ, ଡ଼ିଏମଏଫ, OMBADC ଫଣ୍ଡ ଅର୍ଥର ବ୍ୟାପକ ହରିଲୁଟ୍ । ଏଠି ଠିକାଦାର ସାଜୁଛି ମାଲିକ ।
୫. ମଣ୍ଡି ବ୍ୟବସ୍ଥାକୁ ସୁଦୁଢ କରାଯିବ ।
୬. ମହିଳା ସଶକ୍ତିକରଣ କରାଯିବ ।
୭. ପ୍ରତ୍ୟେକ ପଂଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ ।
୮. ଷ୍ଟ୍ରିଟ ଲାଇଟ୍ , ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ।