ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି । ପ୍ରାର୍ଥୀପତ୍ର ଯାଞ୍ଚବେଳେ ୮ ହଜାର ୬ ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର କଟିଯାଇଛି । ସରପଞ୍ଚ ପଦବୀ ପାଇଁ ୩୨ ହଜାର ୮୬୦ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଥିବାବେଳେ ୱାର୍ଡ ସଭ୍ୟ ପଦବୀ ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି । ସେହିପରି ୨୭ ହଜାର ୩୪ ଜଣ ପଞ୍ଚାୟତ ସମିତି ସଦସ୍ୟ ପଦବୀ ପାଇଁ ଏବଂ ଜିଲ୍ଲା ପରିଷଦ ପଦବୀ ପାଇଁ ୩ ହଜାର ୭ଶହ ୬୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛ ।
ଅନ୍ୟପକ୍ଷରେ ନାକଚ ହୋଇଥିବା ୮୬୪୮ ପ୍ରାର୍ଥୀପତ୍ର ମଧ୍ୟରୁ ୧୭୫୩ ସରପଞ୍ଚ, ୧୧୧୯ ସମିତି ସଦସ୍ୟ ଏବଂ ୨୩୨ ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର ରହିଛି । ତେବେ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ । ଆଜି ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଅର୍ଥାତ ଆଜି ହିଁ ସ୍ପଷ୍ଟ ହେବ ରଣାଙ୍ଗନରେ କେତେ ପ୍ରାର୍ଥୀ ଓ ପ୍ରାର୍ଥିନୀ ରହିଲେ ।