ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ଏଥିରୁ ସ୍ପଷ୍ଟ ମନେ ହେଉଥିବା ସେ କହିଛନ୍ତି । ମାନ୍ୟବର ହାଇକୋର୍ଟରେ ଓଡ଼ିଶା ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନା ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡ଼ୁଛି ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ମାନ୍ୟବର ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ପଡ଼ି ରହିବା ପରେ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନକରିବା ଦୁଃଖଦାୟକ ଓ ଚିନ୍ତାଜନକ ।
ଓବିସି ମାନଙ୍କୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଆଇନଗତ ଓ ଯୁକ୍ତି ସଙ୍ଗତ ଦିଗରେ ଯିବା ଭଳି ମନେ ହେଉନାହିଁ । ମଧ୍ୟପ୍ରଦେଶ ସରକାର ଓବିସି ସଂରକ୍ଷଣ ଉପରେ ରିଭ୍ୟୁ ପିଟିସନ କରିବାକୁ ଯାଉଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ସ୍ଥାନ ସଂରକ୍ଷଣ ନେଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ପୁର୍ନବିଚାର କରିବା ପାଇଁ କାହିଁକି ଆବେଦନ କରୁନାହାନ୍ତି ? ଏଥିରୁ ସ୍ପଷ୍ଟ ଅନୁମୟ ହେଉଛି ଓବିସି ସଂରକ୍ଷଣ ନେଇ ଓଡ଼ିଶା ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଟ୍ବିଟ କରି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।