ଅଧିକ ପଢନ୍ତୁ : ପିଏମ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି
ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଧନ୍ୟବାଦ ଦେଇ ଶ୍ରୀ ରାୟ କହିଛନ୍ତି ଯେ, ଇଣ୍ଡିଆନ୍ ଅଏଲର ଏହି ପ୍ରକଳ୍ପରେ ୬୧,୦୭୭ କୋଟି ଟଙ୍କା ନିବେଶ ହେବ । ପ୍ରକଳ୍ପ ନିର୍ମାଣରେ ପ୍ରତ୍ୟେକ ଦିନ ୮ହଜାରରୁ ଅଧିକ କର୍ମସଂସ୍ଥାନ ତିଆରି ହେବ । ପ୍ରକଳ୍ପ ଚାଲୁହେବା ପରେ ପ୍ରତିଦିନ ୩ ହଜାର ସିଧାସଳଖ ନିଯୁକ୍ତି ଓ ଆଉ ୧୦ ହଜାର ଅତିରିକ୍ତ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ।
ଶ୍ରୀ ରାୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ଭିଜନ୍ର ଏହି ପ୍ରକଳ୍ପ ଅଂଶବିଶେଷ । କୌଣସି ଗୋଟିଏ ସ୍ଥାନରେ ଏହା ଭାରତୀୟ ତୈଳନିଗରମର ସର୍ବବୃହତ୍ ନିବେଶ ହେବ । ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସମସ୍ତ ଜମି ରାଜ୍ୟ ସରକାର ତୁରନ୍ତ ଯୋଗାଇବାର ଆବଶ୍ୟକତା ରହିଛି । ଏହି ପେଟ୍ରୋକେମିକାଲ କମ୍ପେ୍ଲକ୍ସ ପିଭିସି, ଫିନୋଲ୍, ଆଇପିଏ ଏବଂ ପଲିମର୍ ଆଦି ଉତ୍ପାଦନ କରିବ । ପ୍ଲାଷ୍ଟିକ୍, ଫାର୍ମା, ଆଗ୍ରୋକେମିକାଲ, ପର୍ସନାଲ କେୟାର ଏବଂ ପେଂଟ ଆଦି ପ୍ରମୁଖ ଡାଉନଷ୍ଟ୍ରିମ୍ ଶିଳ୍ପକୁ ଏହା ମଜଭୁତ କରିବ । ସର୍ବୋପରି ଆତ୍ମନିର୍ଭର ଭାରତ ଅଭିଯାନକୁ ଏହା ସମୃଦ୍ଧ କରିବ । ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଇଣ୍ଡିଆନ ଅଏଲର ପେଟେ୍ାକେମିକାଲ ସୂଚକାଙ୍କରେ ଉଲ୍ଲେଖନୀୟ ଉନ୍ନତି ଆସିବ । ଏ ଶିଳ୍ପରେ କମ୍ପାନୀ ଏକ ପ୍ରମୁଖ ସଂସ୍ଥାଭାବେ ମୁଣ୍ଡ ଟେକିବ । ପେଟ୍ରୋକେମିକାଲ କ୍ଷେତ୍ରରେ ଥିବା ନୂଆ ସୁଯୋଗକୁ ଏହା ଆହୁରି ବ୍ୟାପକ କରିବ । ଏଥିରୁ ଉତ୍ପାଦିତ ହେବାକୁ ଥିବା ପେଟ୍ରୋକେମିକାଲ ଉତ୍ପାଦ ଘରୋଇ ଚାହିଦା ପୂରଣ ସାଙ୍ଗକୁ ଆମଦାନି ନିର୍ଭରଶୀଳତାକୁ କମାଇବ । ଡାଉନଷ୍ଟ୍ରିମ୍ ଶିଳ୍ପକୁ ଏହା ସୁଦୃଢ଼ କରିବା ସହ ଦେଶରେ ତଥା ଓଡ଼ିଶାରେ ଆଖିଦୃଶିଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ରାୟ କହିଛନ୍ତି ।