ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସମେତ ଶିଳ୍ପାଞ୍ଚଳର ଅଧିକାରୀ ମାନେ ଯୋଗ ଦେଇ ନିଜର ପ୍ରତିକ୍ରିୟା ରଖିଥିଲେ । ପାରାଦ୍ୱୀପ ପୌର ପାଳିକା ତତ୍ଵାବଧାନରେ ବାଲି ଯାତ୍ରା ମହୋତ୍ସବ ଦୀର୍ଘ 7ଦିନ ଧରି ଅନୁଷ୍ଠିତ ହେବ ତେବେ ଚଳିତ ବର୍ଷ ବାଲିଯାତ୍ରା ପରିସରରେ 500ରୁ ଉର୍ଦ୍ଧ ଷ୍ଟଲ ସମେତ ମିନା ବଜାର ରାମଦୋଳି ଓ ବିଭିନ୍ନ ଚଟପଟା ଖାଦ୍ୟର ପସରା ମେଲିଛି । ଷ୍ଟଲ ମାଧ୍ୟ୍ୟରେ ବିଭିନ୍ନ ଘରକରଣା ସାମଗ୍ରୀ ସାଙ୍ଗକୁ ଖଦି ବସ୍ତ୍ର ବିକ୍ରି ଚାଲିଛି । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପରେ ଅନୁଷ୍ଠିତ ବାଲି ଯାତ୍ରା ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ବେଶ ପରିଲକ୍ଷିତ ହୋଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।