ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜ୍ଞା ନା, ଚାଲିଥିବା ଦୁଇଦିନିଆ ମିଳିତ ସମରାଭ୍ୟାସ୍ ସାଗର କବଚ-୨ର । ଯାହା ଗୁରୁବାର ସକାଳୁ ଆରମ୍ଭ ହୋଇ ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ସମରାଭ୍ୟାସରେ ନାଭାଲ୍, ଭାରତୀୟ ତଟରକ୍ଷୀ ବାହିନୀ, ଓଡିଶା ପୋଲିସ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡ୍ରାଫ ଟିମ୍, ଭଳି ବିଭିନ୍ନ ସୁରକ୍ଷା ବାହିନୀ ସାମିଲ ହୋଇଥିଲେ । ଏମାନଙ୍କୁ ବ୍ଲୁ ଏବଂ ରେଡ୍ ଟିମ୍ ଭାବେ ଦୁଇଟି ଟିମ୍ ଗଠନ କରାଯାଇଥିଲା । ଛଦ୍ମବେଶୀ ରେଡ୍ ଟିମ୍ ଶତୃପକ୍ଷ ହୋଇଥିବା ବେଳେ ବ୍ଲୁ ଟିମ୍ ଛଦ୍ମବେଶୀ ବାହ୍ୟଶତ୍ରୁଙ୍କୁ ଚିହ୍ନଟ କରି ପ୍ରତିହତ କରିଥିଲେ ।
୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ତତ୍ପରତାର ସହିତ ଜଳ ପଥରେ ଆସୁଥିବା ବାହ୍ୟଶତ୍ରୁଙ୍କୁ ପ୍ରତିହତ କରିବା ପାଇଁ ଏହି ସମରାଭ୍ୟାସ୍ କରାଯାଉଛି । ଉପକୂଳ ସୁରକ୍ଷାରେ ବିଶେଷକରି ମତ୍ସ୍ୟଜୀବୀଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ବେଳେ କୌଣସି ସନ୍ଦିଗ୍ଧ ବ୍ୟକ୍ତି , ବୋଟ୍ କିମ୍ବା ଅନ୍ୟ କୌଣସି ଦିଗ ପ୍ରତି ସନ୍ଦେହ ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ତଟରକ୍ଷୀ ବାହିନୀ କିମ୍ବା ପ୍ରଶାସନକୁ ଅବଗତ କରାଇବା ପାଇଁ ବିଭିନ୍ନ ସମୟରେ ଏହି ମତ୍ସ୍ୟଜୀବୀଙ୍କୁ ତାଲିମ ଦେବା ସହ ସଚେତନତା ମଧ୍ୟ କରାଯାଇଥାଏ । ତେଣୁ ଏହି ମିଳିତ ସମରାଭ୍ୟାସ ପାରାଦୀପ ଅଞ୍ଚଳ ପାଇଁ ନିଶ୍ଚିତ ଆବଶ୍ୟକ । ସମରାଭ୍ୟାସ ଦ୍ବାରା ସ୍ଥାନୀୟ ପୋଲିସ ଓ ବିଭିନ୍ନ ବିଭାଗ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବାର କଳାକୌଶଳ ପ୍ରତି ଅବଗତ ହୋଇପାରିବେ ।