ଏହା ଅନ୍ଧ ବିଶ୍ବାସ କି ସତ ଆମେ ଜାଣିନୁ, ହେଲେ ପରିବାର ଲୋକ ଭାବୁଛନ୍ତି ସାନ ଭଉଣୀ ଦେହରେ ବଡ ଭଉଣୀର ପ୍ରେତ ସବାର ହୋଇ କହୁଛି ନିଜର ମୃତ୍ୟୁ ରହସ୍ୟ । ମହାରାଜପୁର ଗ୍ରାମର ଚନ୍ଦନ ବେହେରା ସେହି ପଞ୍ଚାୟତର ବାଟିଟଙ୍କି ଗ୍ରାମର ଜ୍ୟୋତ୍ସ୍ନାରାଣୀ ଜେନାଙ୍କୁ ପ୍ରେମ ବିବାହ କରିଥିଲେ । ଗତ ୨୭ ଜୁନ ରେ ବିଦ୍ୟୁତ ଆଘାତ ପାଇଥିବାର କହି ଶାଶୁଘର ଲୋକେ ଗୋପାଳପୁର ଡ଼ାକ୍ତରଖାନା ନେଇ ଥିବାବେଳେ ସେଠାରେ ଡାକ୍ତର ଜ୍ୟୋତ୍ସ୍ନାରାଣୀଙ୍କୁ ମୃତ ଘୋଷଣା କରିଥିଲେ ।
ସନ୍ଦେହ ହେବାରୁ ଜୁଲାଇ ୨ ତାରିଖରେ ବାପ ଘର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ । ଚନ୍ଦନକୁ ଉଠାଇ ନେଇଥିଲା ପୋଲିସ । ପତ୍ନୀର କ୍ରିୟା କର୍ମ ପାଇଁ ଚନ୍ଦନ ଆସିଥିଲେ । ହେଲେ କ୍ରିୟା କର୍ମ ପରେ ଗ୍ରାମରେ ବୁଲୁ ଥିବାର ଦେଖି ପୁଣି ବାପଘର ଲୋକେ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହି ସମୟରେ ଘରେ ସାନ ଭଉଣୀ ଆରମ୍ଭ କରିଦେଲା ଅଜବ ହରକତ । କହି ଚାଲିଲା ଏମିତି କଥା, ଯାହା କେବେ କୌଣସି ଛୋଟ ଛୁଆ କହିବନି... ଶୁଣନ୍ତୁ କଣ କହୁଛି ସେ ......
ଭୂତ ପ୍ରେତ ଅଛନ୍ତି, ଏହାକୁ ବିଜ୍ଞାନ କେବେ ବି ସ୍ୱୀକାର କରେ ନାହିଁ । ତଥାପି ଏହି ଆଧୁନିକ ଯୁଗରେ ଭୂତ ପ୍ରେତ ନାଁ ଶୁଣିଲେ ଆମ ଛାତି ଥରେ । ବାଲେଶ୍ବରରେ ଘଟିଥିବା ଘଟଣା ପଛର ପ୍ରକୃତ କାରଣ କଣ, ତାହା ଏକ ଅସମାହିତ ପ୍ରଶ୍ନ । ଏହାର ସଠିକ ଉତ୍ତର ମିଳିବନି । କୋର୍ଟ କଚେରୀ ବି ମାନିବେନି କୁନି ଝିଅର ବୟାନକୁ । ମନସ୍ତତ୍ଵବିତ ଦେବେ ଅଲଗା ତର୍ଜମା । ଆମେ ଏଠାରେ କହି ରଖିବାକୁ ଚାହୁଁଛୁ ଯେ ଆମେ କୌଣସି ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଦେଉନାହୁଁ । ଆମେ କେବଳ ଯାହା ଘଟିଛି ତାହା ହିଁ ଦେଖାଉଛୁ । ଆପଣ ଏହି ଘଟଣା ପଛର ସତ୍ୟତା ବିଷୟରେ କଣ ଭାବୁଛନ୍ତି ଆମକୁ କମେଣ୍ଟ ବକ୍ସରେ ଜଣାଇବା ପାଇଁ ଭୁଲନ୍ତୁ ନାହିଁ ।