ଅର୍ଗସ ବ୍ୟୁରୋ: ପରୀ ଅପହରଣ ଓ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଖୁଲାସା । ଅଭିଯୁକ୍ତ ନାବାଳକର ମୋବାଇଲରୁ କୌଣସି ତଥ୍ୟ ମିଳିବ ନାହିଁ । କୋଲକତାର ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ୍ ମୋବାଇଲକୁ ଫେରାଇ ଦେଇଛି। ସେଣ୍ଟ୍ରାଲ୍ ଲ୍ୟାବ୍ ଫେରାଇ ଦେବା ପରେ ଏସ୍ଆଇଟି ଗୁଜରାଟର ଷ୍ଟେଟ୍ ଫୋରେନସିକ ସାଇନ୍ସ ଲ୍ୟାବକୁ ଟେଷ୍ଟ ପାଇଁ ପଠାଯାଇଛି । ପ୍ରଶ୍ନ ଉଠୁଛି ସେଣ୍ଟ୍ରାଲ୍ ଲ୍ୟାବ ଫେରାଇ ଦେବା ପରେ ଷ୍ଟେଟ୍ ଲ୍ୟାବ୍ କଣ ତଥ୍ୟ ବାହାର କରିବ, ଆଉ ବଡ଼ ପ୍ରଶ୍ନ କୋର୍ଟରେ କିଭଳି ପ୍ରମାଣିତ କରିବେ ବୋଥ୍ରା, ଅବିଯୁକ୍ତ ନାବାଳକ ଦୋଷୀ ବୋଲି ।
ଅର୍ଗସ ହାତରେ ଲାଗିଥିବା ଏକ୍ସକ୍ଲୁସିଭ୍ ଦସ୍ତାବିଜରୁ ସ୍ପଷ୍ଟ ହେଉଛି ଯେ କୋଲକତା ସେଣ୍ଟ୍ରାଲ୍ ଫୋରେନସିକ୍ ଲ୍ୟାବ୍କୁ ଡାଟା ରିକଭରି ପାଇଁ ଯାଇଥିବା ମୋବାଇଲକୁ ଫେରିଆସିଛି। ଅର୍ଥାତ ଅଭିଯୁକ୍ତର ନାବାଳକର ମୋବାଇଲ୍ରୁ ମିଳିବନି ତଥ୍ୟ। ଯଦି ମୋବାଇଲ୍ ତଥ୍ୟ ମିଳିବନି ତାହା ହେଲେ ଅଭିଯୁକ୍ତ ନାବାଳକ ଦୋଷୀ ବୋଲି କୋର୍ଟରେ କିଭଳି ପ୍ରମାଣିତ ହେବ । ଏବେ ଅଶ୍ଲୀଳ ଭିଡିଓର କାହାଣୀ ବୋଥ୍ରା କେମିତି ପ୍ରମାଣ କରିବେ ତାକୁ ନେଇ ପ୍ରଶ୍ନ ଉଠିଛି।
ଯଦି ଅଭିଯୁକ୍ତ ନାବାଳକ ଦୋଷୀ ବୋଲି ପ୍ରମାଣିତ ହୋଇପାରିବନି ତାହା ହେଲେ ପରୀକୁ ନ୍ୟାୟ କେମିତି ମିଳିବ? ଆଉ ଯଦି ଅଭିଯୁକ୍ତ ନାବାଳକ ବକ୍ରା ତାହା ହେଲେ ପ୍ରକୃତ ଅପରାଧୀ ତ ଖସିଯିବ ?