ଏବେ ବଡ଼ ପ୍ରଶ୍ନ , ସାଢେ 4 ମାସରେ ପରୀ ହତ୍ୟା ପ୍ରମାଣକୁ ନଷ୍ଟ କରାଯାଇଛି କି ? ପରୀ ମାଆଙ୍କ ଅଭିଯୋଗ ଯେଉଁ ବସ୍ତାରେ ପରୀର ଦେହାବଶେଷ ମିଳିଥିଲା , ସେ ବସ୍ତା ଏବେ ବଦଳାଇ ତା ବଦଳରେ ଅନ୍ୟ ବସ୍ତା ରଖାଯାଇଛି। କ୍ୟାପଟେନ୍ ମିଶ୍ର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି, ଶରୀର ଏତେ ନଷ୍ଟ ହୋଇଛି ହତ୍ୟାର କାରଣ ଜାଣିହେବନାହିଁ। ଦୁଷ୍କର୍ମ ହୋଇଛି ନା ନାହିଁ ପ୍ରମାଣ କରିହେବ ନାହିଁ। ତା ମାନେ ଅଙ୍ଗଚୋରୀ ବି ପ୍ରମାଣିତ କରିହେବ ନାହିଁ। ଏପରି ବୟାନ ପ୍ରମାଣ ନଷ୍ଟର ଜମାନବନ୍ଦୀ ନୁହେଁ କି ? ପରୀ ପରିବାକୁ ନିର୍ଯାତନା ଦେଇଥିବା ଆଇଆଇସି ରୀନାରାଣୀ ଏବେ ସସପେଣ୍ଡ। ଏସ୍ଡିପିଓ ନିରଞ୍ଜନ ପାଢୀଙ୍କୁ ବଦଳି କରାଯାଇଛି। ଯଦି ଆଇଆଇସି-ଏସ୍ଡିପିଓ ଦାୟୀ , ତେବେ ଏସ୍ପି ପ୍ରତ୍ୟୁଷ ଦିବାକରଙ୍କ ସଂପୃକ୍ତି ନାହିଁ କି ?
ତେବେ ପ୍ରଶ୍ନ ଉଠୁଛି, ପରୀ ବାପା ମାଆଙ୍କୁ ନିର୍ଯାତନା ଦେଇ ଚୁପ୍ କରାଇ ଦେବାକୁ ନୟାଗଡ଼ ପୋଲିସ କରିଥିଲା କି ଷଡଯନ୍ତ୍ର ? ପରୀର ବାପା ମାଆଙ୍କ ନ୍ୟାୟ ପାଇଁ ଲଢେଇ ଆଗରେ ଆଣ୍ଠୁ ମାଡି ପଡିଲା କି ରାଜ୍ୟ ସରକାର ? ଶରୀରକୁ ନଷ୍ଟ କରିବାକୁ କେମିକାଲ ବ୍ୟବହାର ସତ ନା ମିଛ ?
ପରୀକୁ ନ୍ୟାୟ ଦରକାର, ଯିଏ ବି ହେଉ ଆତତାୟୀ, ଆଇନ ହାତରେ ବନ୍ଧା ହେବା ଦରକାର। ମାତ୍ର ପୋଲିସ ଓ ଏସ୍ଆଇଟିର ଭୂମିକା ନେଇ ବିଶ୍ୱାସ ବଦଳରେ ସନ୍ଦେହ ସୃଷ୍ଟି ହୋଇଛି, ବୈଜ୍ଞାନିକ ପ୍ରମାଣ ଆଧାରରେ ହେଉ ଦୋଷୀର ଚିହ୍ନଟ ହେବା ନିହାତି ଆବଶ୍ୟକ।