ସେପଟେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବଳି ଥିଓରୀକୁ ପରୀଙ୍କ ବାପା ଅଶୋକ ସାହୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପରୀକୁ ବଳି ନୁହଁ ବରଂ ଅଙ୍ଗତସ୍କରୀ କରାଯାଇଛି। ଆମ ପରୀର ଆଖି ଓ କିଡ଼ନୀ ତାଡ଼ି ନେଇଛନ୍ତି। ବାବୁଲି ନାୟକ 8, 10 ବର୍ଷ ହେବ ଏହି କାର୍ଯ୍ୟ ଚଳାଇଛି। ସନ୍ଧ୍ୟା ମାଡାମ କୋଉଠି ଥିଲେ ଏବେ ବଳି କଥା କହୁଛନ୍ତି। ବାବୁଲି ନାୟକକୁ ଭେଟିଲା ପରେ ସନ୍ଧ୍ୟାବତୀ ଏକଥା କହୁଛନ୍ତି। ସେ ବି ଜଣେ ନାରୀ ଏଭଳି ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ବଳି ଥିଓରୀକୁ ସମାଲୋଚନା କଲେ ପରୀଙ୍କ ବାପା

ଭୁବନେଶ୍ଵର: ଶାସକଦଳକୁ ଘଣ୍ଟ ଘୋଡାଉଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ପରୀ ହତ୍ୟାକାଣ୍ଡ ଅନ୍ୟ କୌଣସି କାରଣକୁ ନେଇ ହୋଇଥାଏ ପାରେ କିନ୍ତୁ ଅଙ୍ଗ ତସ୍କରୀ ସମ୍ଭବ ନୁହେଁ, ବୋଲି ସେ କହିଛନ୍ତି । ପୁଣି ଥରେ ସନ୍ଧ୍ୟା ବଳି କଥା ଉଠାଇଛନ୍ତି । ଲକଡାଉନ ସମୟ ଚାଲିଥିବାରୁ ଅଙ୍ଗ ତସ୍କରୀ ସମ୍ଭବ ନୁହେଁ, ବୋଲି ସେ କହିଛନ୍ତି ।
Download Argus News App
