ସୂଚନା ଥାଉକି କଣାସ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାକୁ ଉକ୍ତ ଗ୍ରାମର ଜଣେ ଯୁବକ କର୍ଣ୍ଣାଟକ ନେଇ ପଳାଇଥିଲା । ଗତ ୬ ତାରିଖରେ ଉକ୍ତ ଯୁବତୀଙ୍କର କର୍ଣ୍ଣାଟକର ବେଲାନ୍ଦୁର ଥାନା ଅଞ୍ଚଳରେ ମୃତ୍ୟୁ ଘଟିଛି । ଝିଅର ମୃତଦେହ ଓଡ଼ିଶା ଫେରାଇ ଆଣିବା ପାଇଁ ତାଙ୍କ ପିତାମାତା ପ୍ରଶାସନ ନିକଟରେ ଗୁହାରୀ କରିଥିବାବେଳେ ଝିଅର ମୃତଦେହ ସେଠାରେ ୯ ଦିନ କାଳ ପଡିରହିଛି । କଣାସ ଥାନା ବେଣାଗାଁର ଜନୈକା ୧୭ ବର୍ଷୀୟା ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ୨୦୨୧ ମସିହା ଏପ୍ରିଲ ୨୬ ତାରିଖରେ କେଉଁ ଆଡେ ନେଇ ଯାଇଥିବା ସମ୍ପର୍କରେ ଝିଅର ବାପା ସେହି ମାସ ୩୦ ତାରିଖରେ କଣାସ ଥାନାରେ ଲିଖତ ଅଭିଯୋଗ କରିଥିଲେ ।
ଅପହରଣକାରୀ ଝିଅକୁ ମାରି ଦେବାର ଆଶଙ୍କା କରି ଝିଅକୁ ଉଦ୍ଧାର ପାଇଁ ବାପା ପୁଲିସର ନେହୁରା ହୋଇଥିଲେ । ମାତ୍ର ପୁଲିସ ଏଭଳି ଅଭିଯୋଗକୁ ଗୁରୁତ୍ବ ନଦେବା ଝିଅର ବାପା ଅଭିଯୋଗ କରିଛନ୍ତି । ଅପହରଣକାରୀ ଯୁବକ ଉକ୍ତ ନାବାଳିକାକୁ ପରବର୍ତ୍ତୀ ସମୟରେ ବିବାହ କରି ବେଙ୍ଗାଲୁରୁ ନେଇଯାଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର